ଟୋକିଓର କାନ୍ଦା ମାୟୋଜିନ୍ ମନ୍ଦିରରେ ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ପାଳିତ ହୋଇଥିଲା। ବହୁସଂଖ୍ୟାରେ ଲୋକେ ସେଠାରେ ଭଗବାନଙ୍କୁ ଦର୍ଶନ କରିବା ସହ ପୂଜାରୀଙ୍କ କଥା ଅନୁସାରେ ବରଫ ପାଣିରେ ଗାଧୋଇଥିଲେ। ପ୍ରାୟ ୬ ମିନିଟ୍ ବୁଡ ପକାଇ ସେମାନେ ପାଣିରୁ ବାହାରିଥିଲେ।ନୂଆବର୍ଷ ଆରମ୍ଭରେ ହଜାର ହଜାର ସଂଖ୍ୟାରେ ଲୋକେ ବରଫ ପାଣିରେ ବୁଡ ପକାଇବା ଭଳି ଉତ୍ସବରେ ସାମିଲ ହୋଇଥାନ୍ତି।
ଏପରିକି ୭୫ରୁ ୮୦ ବର୍ଷର ବୃଦ୍ଧ ବି ଶୀତକୁ ଖାତିର ନକରି ,ପରି କରିଥାନ୍ତି। ଏପରି କଲେ ଶରୀର ଶୁଦ୍ଧ ହେବା ସହ ପାପ ଧୋଇଯିବ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ଏହାପରେ ସେଠାରେ ନାଚଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନୁରୂପ ଉତ୍ସବ ରୁଷରେ ବି ପାଳନ କରାଯାଇଥାଏ। ପ୍ରତିବର୍ଷ ବହୁସଂଖ୍ୟାରେ ଲୋକ ସେଠାରେ ନଦୀ କିମ୍ୱା ଝରଣାରେ ବୁଡପକାଇ ପାପ ଧୋଇଥାନ୍ତି।
ବିଦେଶ ଖବର ଆହୁରି ପଢନ୍ତୁ ।