ବର୍ଷା ହେଲେ ଶ୍ରେଣୀ ଗୃହର ଛାତରୁ ଝରୁଛି ପାଣି । ଫଳରେ ପାଠ ପଢାରେ ବ୍ୟାଘାତ ଶୃଷ୍ଟି ହେଉଛି। ଅସରାଏ ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ପାଣି ଖେଳୁଛି , ଫଳରେ ଛାତ୍ରଛାତ୍ରୀଙ୍କ ବହିଖାତା ଓଦା ହୋଇ ଯାଉଛି। ସେଭଳି ସ୍ଥାନ ଅଭାବରୁ ବର୍ଷବର୍ଷ ହେଲା ଖୋଲାମେଲାରେ ଚାଲିଛି ରୋଷେଇ। ଖରା ବର୍ଷା ବାରମାସ ବାରଣ୍ଡାରେ ବସି ପାଠ ପଢିବା ସହିତ ଏଠି ହିଁ ବସି ମଧ୍ୟାନ୍ନ ଭୋଜନ ଖାଆନ୍ତି ଛାତ୍ରଛାତ୍ରୀ l
ପଟ୍ଟାଙ୍ଗି ବ୍ଲକର ଚନ୍ଦକା ପଂଚାୟତ ଅନ୍ତର୍ଗତ କୋରାଡବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହୋଇ ବହୁତ ବର୍ଷ ହୋଇ ସାରିଲାଣି କିନ୍ତୁ ପ୍ରଶାସନର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ରେ ପାଠ ପଢା ଯାଇ ପାରୁନି। 24 ବର୍ଷ ଧରି ରାଜ୍ୟରେ ଶାସନ ସମୟରେ ବିଜେଡି ସରକାର ଶିକ୍ଷାର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ କରି ବିକାଶ ହେଇଛି କହୁଥିବା ବେଳେ ଏହେଉଛି ଗ୍ରାଉଣ୍ଡରେ ବିକାଶର ଅସଲ ଚିତ୍ର।
ଅଧିକ ପଢ଼ନ୍ତୁ ଓଡିଶା ଖବର: