ଇସ୍ତଫା ଘୋଷଣା କରି ଅରବିନ୍ଦ କେଜରିୱାଲ ଏକ ବଡ଼ ରାଜନୈତିକ ଜୁଆ ଖେଳିଛନ୍ତି। ତାଙ୍କ ଇସ୍ତଫା ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସନ୍ଦେହ ଜାରି ରହିଛି। କୌତୁହଳର ବିଷୟ, ସେ ଜେଲରେ ଥିବାବେଳେ ସେ ଏହି ନିଷ୍ପତ୍ତି ନେଇ ନ ଥିଲେ, କିନ୍ତୁ ଜାମିନରୁ ଜେଲରୁ ବାହାରିବା ମାତ୍ରେ ତାଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟ କରିଛି। ଏହା ପଛରେ ତାଙ୍କର ନିଜର ରାଜନୈତିକ ଉଦ୍ଦେଶ୍ୟ ରହିଛି। ସେ ଏକାସାଙ୍ଗରେ ଅନେକ ଉଦ୍ଦେଶ୍ୟ ହାସଲ କରିବାକୁ ଚାହୁଁଛନ୍ତି। ଗୋଟିଏ ପଟେ ହରିୟାଣା ବିଧାନସଭା ନିର୍ବାଚନ ଏବଂ ଅନ୍ୟ ପଟେ ଆସନ୍ତା ବର୍ଷ ଆରମ୍ଭରେ ଦିଲ୍ଲୀ ନିର୍ବାଚନ ହେବ। ଏଭଳି ପରିସ୍ଥିତିରେ ଅରବିନ୍ଦ କେଜରିୱାଲ ଏହି ପଦକ୍ଷେପ ସହିତ ଆମ ଆଦମୀ ପାର୍ଟିକୁ ରାଜନୈତିକ ଫାଇଦା ପ୍ରଦାନ କରିବାକୁ ଚାହୁଁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୋମବାର ସାକ୍ଷାତ କରିବେ। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ମୋହର ବାଜିବାର ସମ୍ଭାବନା ରହିଛି। ଦିଲ୍ଲୀ ମୁଖ୍ୟ ରେସ୍ରେ ଆତିଶି, ସୌରଭ ଭରଦ୍ୱାଜ, ରାଘବ ଚଢା, ଗୋପାଳ ରାୟ, କୈଳାଶ ଗେହଲଟ, ସୁନୀତା କେଜ୍ରିୱାଲଙ୍କ ନାଁ ଆଗରେ ରହିଛି।
ଅଧିକ ପଢ଼ନ୍ତୁ ଭାରତ ଖବର