ସୂଚନା ଅନୁସାରେ, କିଛି ଦିନ ହେବ ବଣରେ ଲାଗିଥିବା ନିଆଁ ଜଳି ଜଳି ପର୍ଯ୍ୟଟକମାନଙ୍କ ପ୍ରିୟ ଭିନା ଡେଲ୍ ମାର୍ ଓ ଭାଲ୍ପାରାଇଜୋ ନାମରେ ଦୁଇଟି ଉପକୂଳବର୍ତ୍ତୀ ନଗରୀ ନିକଟକୁ ମାଡ଼ି ଆସିଲାଣି । ଏହି ନଗରୀ ଦୁଇଟିରେ ଏକ ନିୟୁତରୁ ଅଧିକ ବାସିନ୍ଦା ଅଛନ୍ତି । ଅଗ୍ନିକାଣ୍ଡରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଚିଲି ସରକାରୀ କର୍ତ୍ତୃପକ୍ଷମାନେ ରାତି ୯ଟାରୁ କର୍ଫ୍ୟୁ ଜାରି କରିଛନ୍ତି । ଆକାଶରୁ ହେଲିକପ୍ଟର୍ ପାଣି ପକାଉଥିବା ବେଳେ ଦମକଳ ବାହିନୀକୁ ସହଯୋଗ କରିବା ଲାଗି ସେନାବାହିନୀ ମଧ୍ୟ ସେ ଅଞ୍ଚଳରେ ପହଞ୍ଚିଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର
ଏହି ବନାଗ୍ନିରେ ପାଖାାପାଖି ୧୬୦ ବର୍ଗକିଲୋମିଟର ଅଞ୍ଚଳ ଜଳିପୋଡି ନଷ୍ଟ ହୋଇସାରିଛି । କଳା ଧୂଆଁରେ ସମଗ୍ର ଆକାଶ ଧୂମାଚ୍ଛନ୍ନ ହୋଇଯାଇଛି । ଅନେକ ଘର ଦ୍ବାର, ଗାଡି ମଧ୍ୟ ଜଳି ଯାଇଛି । ରାଷ୍ଟ୍ରପତି ଗାର୍ବିଏଲ ବୋରିକ୍ ଏଭଳି ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିବା ସହ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ଲୋକମାନଙ୍କୁ ସତର୍କ ରହିବା ସହ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଦେଶର ଭାଲପାରାଏଜୋ ରାଜ୍ୟରେ ୪ଟି ସ୍ଥାନରେ ଭୟଙ୍କର ଭାବେ ନିଆଁ ବ୍ୟାପିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ରାଷ୍ଟ୍ରପତି ଆଶଙ୍କା କରିଛନ୍ତି ।