ନାବାଳକ ‘ଏକ୍ସ’ରେ ତା’ର ସାଙ୍ଗ ନାମରେ ଏକ ଆକାଉଣ୍ଟ ଖୋଲି ସେଥିରୁ ୪ଟି ବିମାନରେ ବୋମାଥିବା ନେଇ ମିଛ ଧମକ ଦେଇଥିଲା। ସେ ସାଙ୍ଗକୁ ଫସାଇବା ପାଇଁ ଏଭଳି ଯୋଜନା କରିଥିବା ଜେରାବେଳେ ସ୍ବୀକାର କରିଛି। ଛତିଶଗଡର ରାଜନନ୍ଦଗାଓଁର ପାଠ ଛାଡ଼ିଥିବା ଏହି ୧୭ ବର୍ଷୀୟ ବାଳକ ଏବଂ ତାଙ୍କ ବାପାଙ୍କୁ ମଙ୍ଗଳବାର ମୁମ୍ବାଇ ପୁଲିସ ସମନ କରିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନାବାଳକକୁ ରିମାଣ୍ଡ ହୋମ୍କୁ ନିଆଯାଇଥିବା ବେଳେ ତାଙ୍କ ବାପାଙ୍କୁ ପଚରାଉଚରା ଜାରି ରହିଛି।
ନାବାଳକ ଜଣକ ଯେଉଁ ୪ଟି ବିମାନକୁ ଧମକ ଦେଇଥିଲା, ସେଥିମଧ୍ୟରୁ ୩ଟି ଅନ୍ତର୍ଜାତୀୟ ଉଡ଼ାଣ ଭରୁଥିଲେ। ଅନ୍ୟପଟେ ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ ଏହି ଧମକ ତିନୋଟି ଭିନ୍ନ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଥିଲା। ଏହି ତିନୋଟି ହ୍ୟାଣ୍ଡେଲ ମଧ୍ୟରୁ, ସେମାନେ ଦୁଇଟି IP ଠିକଣା ଖୋଜିଛନ୍ତି । ଏଗୁଡ଼ିକ ହେଉଛି ଦୁଇଟି ସାଧାରଣ ଆଇପି, ଗୋଟିଏ ଲଣ୍ଡନରୁ ଏବଂ ଅନ୍ୟଟି ଜର୍ମାନୀରୁ। ଭିପିଏନ ବା ଭର୍ଚୁଆଲ ପ୍ରାଇଭେଟ୍ ନେଟୱର୍କ ବ୍ୟବହାର କରି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଉଥିବା ଜାଣିବାକୁ ମିଳିଛି।
ଅଧିକ ପଢ଼ନ୍ତୁ ଭାରତ ଖବର