ଏବେ ଚୀନ ରେ ଓମିକ୍ରନର ୨ ନୂଆ ସବ ଭାରିଏଣ୍ଟ ବି.ଏଫ-ସେଭେନ ଓ ବି.ଏ.୫.୧.୭ ଚିହ୍ନଟ ହୋଇଛି । ଯାହା ଅତ୍ୟାଧିକ ସଂକ୍ରାମକ ବୋଲି କୁହାଯାଇଛି । କରୋନାକୁ ନେଇ ଚୀନ୍ କଠୋର ନୀତି ଅବଲମ୍ବନ କରୁଛି । ଅଗଷ୍ଟ ପରେ ସେଠାରେ ନୂଆ କରୋନା ମାମଲା ବଢ଼ିବାରେ ଲାଗିଛି । ଏହା ଫଳରେ କୋଭିଡ୍ ପରୀକ୍ଷା ବଢ଼ିବା ସହ ଲୋକମାନଙ୍କୁ ପୁଣି ଲଗାତାର ଲକଡାଉନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି । ସଂକ୍ରମିତଙ୍କୁ ଜୋର ଜବରଦସ୍ତ ସଂଗରୋଧରେ ରଖାଯିବାର ବ୍ୟବସ୍ଥା କରାଯାଉଛି । ଜନବସତି ଏବଂ ଆପାର୍ଟମେଣ୍ଟ ସବୁକୁ ସିଲ କରି ଦିଆଯିବା ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ବିଦେଶ ଖବର ଆହୁରି ପଢନ୍ତୁ ।