ୟୁକ୍ରେନ୍କୁ ଧ୍ୱଂସବିଧ୍ୱସ୍ତ କରିଦେଇଥିବା ରୁଷ ତାର ଜିଦରେ ଅଟଳ ରହିଛି। ରାଜଧାନୀ କିଭ୍ ଦଖଲ ନହେବା ଯାଏଁ ଯୁକ୍ରେନ ଛାଡିବାର ନା ଧରୁନି ରୁଷ । ପୂର୍ବରୁ ସାମରିକ ଅଞ୍ଚଳକୁ ଟାର୍ଗେଟ କରୁଥିବା ରୁଷ ଏବେ ବେସାମରିକ ଅଞ୍ଚଳକୁ ନିଶାନା କରୁଛି । ବରତ୍ତମାନ ଜୁଦ୍ଧକୁ ଆହୁରି ତୀବ୍ର କରିଛି ରୁଷ । ପୂର୍ବରୁ ଧମକ ଦେଉଥିବା ବେଳେ ବର୍ତ୍ମାନ ସେ ହାଇପୋରସୋନିକ ମିସାଇଲ ଆକ୍ରମଣ ଆରମ୍ବ କରିଛି । ରିପୋର୍ଟ ଆନୁଜାଯୀ ଯୁକ୍ରେନର ଅଣ୍ଡର ଗ୍ରାଉଣ୍ଡ ଅସ୍ତ୍ରଶସ୍ତ୍ର ଗାର ଉପରେ ହାଇପେରାସନିକ ମିସାଇଲ କିନଝାଲ ଆକ୍ରମଣ କରାଜାଇଛି । ଏହି ଆକ୍ରମଣନ ଜୋଗୁଁ ଏଠାରେ ଥିବା ଅନେକ ମିସାଇଲ ଓ ଅସ୍ରଶସ୍ତ୍ର ନଷ୍ଟ ହୋଇଜାଇଥିବାର ସୂଚନା ମିଳିଛି । ଏହା ସହିତ ଏହି ଆକ୍ରମଣର ପ୍ରଭାବରେ ଆନେକ ଜୀବନ ମଧଯ ହାନୀ ହୋଇଛି ।
ଜୁଦ୍ଧର ପ୍ରାଯ ୨୪ ଦିନ ବିତିଜାଇଥିବା ବେଳେ ରୁଷ ଯୁକ୍ରେନନ ର ଜୁଦ୍ଧ ସ୍ତିତିକି ନେଇ କୈାଣସି ପରିବର୍ତ୍ଦନ ଦେଖାଜାଉନାହିଁ । ଅନଯପଟେ ରୁଷ ଚୀଙନ ଠାଉରୁ ସାମରିକ ସାହାଜଯ ମାଗିବା ନେଇ ଚୀନ ଉପରେ କିଛିଦିନ ପୂର୍ବରୁ ଏତକ୍ଷିପତ୍ ହୋଇଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏପରିକି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ୱାର କ୍ରମିନାଲ ବୋଲି ମଧଯ କହିଛନ୍ତି ବଉଇଡେନ ।
ତେବେ ଚୀନ ରାଷ୍ଟ୍ରପତି ଜି ଜିନପିଂଗ ରୁଷକୁ ସାହାଜଯ କରିବାକୁ ନେଇ ଆଜି ଜାଉ କୈାଣସି ସୂଚନା ଦେଇନାହାନ୍ତି । ତଥାପି ହ୍ବାଇଟ ହାଉସ ତରଫରୁ ଏ ନେଇ ଚୀନ ସରକାରଙ୍କ ସହିତ ଆଲୋଚନା କରାଜାଇଥିବାର ଜଣା ପଡିଛି । ରୁଷ ଓ ଯୁକ୍ରେନ ଜୁଦ୍ଧ ପୁରା ବିଶ୍ବ ପାଇଁ ଏକ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହା ଭିତର ଚୀନର ପ୍ରବେଶ କରିବାକୁ ନେଇ କଡା ଆଭିମୁଖଯ ଗ୍ରହଣ କରିଛନ୍ତି ବାଇଡେନ । ଏହାରି ଭିତରେ ଚୀନ ରାଷ୍ଟ୍ରପତି ଜି ଜିନପିଂଙ୍କ ସହିତ ସିଧାସଳଖ ଭରଚୁଆଲ ମୋଡରେ କଥା ହୋଇଛନ୍ତି ବାଇଡେନ । ଏହି କଥାବାର୍ତ୍ତା ଚୀନକୁ ରୁଷିଆକୁ କୈାଣସି ପ୍ରକାର ସାହାଯ୍ୟ ନଦେବାକୁ ଏକ ପ୍ରକାର ଧମକ ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ ବୋଲି ସୂଚନାରୁ ପ୍ରକାଶ । ଯଦି ରୁଷ ପାଇଁ “ସାମଗ୍ରୀକ ସହାୟତା” ପ୍ରଦାନ କରେ ତେବେ ଚୀନ୍ ଏହାର ପରିଣାମ ବିଷୟରେ ବିଡେନ ଚେତାବନୀ ଦେଇଛି ।