ଆମେରିକୀୟ ଟେକ୍ କମ୍ପାନୀ କିଛି ଦେଶରେ ଏହାକୁ ଲାଗୁ କରିଛି। ଏହି ସୁବିଧା କେବଳ କେନିଆ, ନାଇଜେରିଆ ଏବଂ ଦକ୍ଷିଣ ଆଫ୍ରିକା ସହିତ ଭାରତରେ ରହିଛି। ତେବେ ଏହି କାର୍ଡ ତିଆରି କରିବାକୁ ଆବଶ୍ୟକ ଥିବା ପଦକ୍ଷେପ କଣ କଣ ଆସନ୍ତୁ ଜାଣିବା।
ପ୍ରଥମେ ମୋବାଇଲ୍ ଫୋନରେ ଗୁଗୁଲ୍ ସର୍ଚ୍ଚକୁ ଯାଇ add me to Search ଟାଇପ୍ କରି ସର୍ଚ୍ଚ କରନ୍ତୁ। ଯେତେବେଳେ ଯାଏଁ Add Yourself to Google Search ନଆସିଛି ସେତେ ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ। ଏହାପରେ Get Started ଉପରେ ଟଚ୍ କରନ୍ତୁ ଏବଂ ଯାଞ୍ଚ ପାଇଁ ମୋବାଇଲ୍ ନମ୍ବର ଏଣ୍ଟ୍ରି କରନ୍ତୁ। ତାପରେ ନିଜ ବିଷୟରେ କିଛି ମୌଳିକ ବିବରଣୀ ଦେଇ ଫର୍ମ ପୁରଣ କରନ୍ତୁ। ଏଠାରେ ଆପଣଙ୍କ ନାମ ଆପେ ଆପେ ପୂରଣ ହେବ। କେବଳ ସ୍ଥାନ, ନିଜ ବିଷୟରେ, ବୃତ୍ତି, ଶିକ୍ଷା, ୱେବସାଇଟ୍, ସୋସିଆଲ୍ ମିଡିଆ ଆକାଉଣ୍ଟ୍, ଇମେଲ୍, ଫୋନ୍ ନମ୍ବର ଏବଂ ଘର ଭଳି ସୂଚନା ନିଜେ ଏଣ୍ଟ୍ରି କରିବାକୁ ପଡିବ। ତାପରେ ପ୍ରିଭ୍ୟୁ ଅପ୍ସନ୍ ଉପରେ ଟ୍ୟାପ୍ କରି ସବୁ ତଥ୍ୟ ଯାଞ୍ଚ କରିବେ। ଯଦି ସବୁକିଛି ଠିକ ଅଛି ତେବେ Submit ଅପ୍ସନ୍ ଉପରେ ଟ୍ୟାପ୍ କରିବେ।
ବିଦେଶ ଖବର ଆହୁରି ପଢନ୍ତୁ