ବୈଠକରେ ଇସ୍ରାଏଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ହ୍ବାଇଟ ହାଉସ ପକ୍ଷରୁ ଦିଆଯାଇଥିବା ବୟାନ ଉପରେ ତର୍ଜମା ହୋଇଥିଲା । ଯଦି କୌଣସି ସମୟରେ ଇରାନ ଆକ୍ରମଣ କରେ ତେବେ କିଭଳି ଏହାର ପ୍ରତିହତ କରିହେବ ସେ ନେଇ ପ୍ରସ୍ତୁତ ହୋଇଥିଲା ରଣନୀତି । ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମକୁ ଆକଟିଭ୍ କରିବା ସହ ସ୍ଥିତି ଉପରେ ନଜର ରଖିଛି । ଇରାନର ଆକ୍ରମଣ ଉପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, “ଇରାନ ଏକ ବଡ଼ ଭୁଲ କରିଛି ଏବଂ ଏହାର ପରିଣାମ ଇରାନକୁ ଭୋଗିବାକୁ ପଡିବ। ସ୍ଥିତି ଜଟିଳ ହେଉଥିବା ବେଳେ ଆମେରିକା ସୁରକ୍ଷା ଟିମ୍ ସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ କମଳା ହ୍ୟାରିସ୍ଙ୍କ ଗୁରୁତ୍ବପୁର୍ଣ୍ଣ ବୈଠକ। ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ପ୍ରତିବଦ୍ଧ ଥିବା କହିଛନ୍ତି, ଜୋ ବାଇଡେନ୍।
ଅଧିକ ପଢ଼ନ୍ତୁ ବିଦେଶ ଖବର