ଏହି ଅଞ୍ଚଳରେ ଏକାଧିକ ନ୍ୟୁକ୍ଲିଅର ପ୍ଲାଣ୍ଟ ରହିଛି । ତେଣୁ ଏହି ସହରକୁ ଟାର୍ଗେଟ କରିଛି ଇସ୍ରାଏଲା । କିଛି ଦିନ ତଳେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ । ତେଣୁ ଏହାର ଜବାବ ଦେବାକୁ ଇସ୍ରାଏଲ ଆକ୍ରମଣ କରିଥିବା ସୂଚନା ମିଳିଛି । ପ୍ରତିଶୋଧ ନିଆଁରେ ଜଳି ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ । ଇରାନକୁ କିଭଳି ଶକ୍ତ ଜବାବ ଦିଆଯିବ ଏନେଇ ଆଜି ଇସ୍ରାଏଲ ନେବ ବଡ଼ ନିଷ୍ପତି । ନେତନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଉଚ୍ଚସ୍ତରୀୟ ଯୁଦ୍ଧ ଓ ସୁରକ୍ଷା କ୍ୟାବିନେଟ ବୈଠକ ।
ଅଧିକ ପଢନ୍ତୁ ବିଦେଶ ଖବର
ଇସ୍ରାଏଲ ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ ସହଯୋଗୀ ଦେଶମାନଙ୍କର ପରାର୍ମଶ ଯାହାବି ହେଉନା କାହିଁକି ଚୁଡାନ୍ତ ନିଷ୍ପତି ଇସ୍ରାଏଲ ନିଜେ ନେବ । ସେପଟେ ଯୁଦ୍ଧ ଆଶଙ୍କା ଭିତରେ ଆଜି ଇସ୍ରାଏଲ ପହଁଚୁଛନ୍ତି ବ୍ରିଟେନ ଓ ଜର୍ମାନ ବୈଦେଶିକମନ୍ତ୍ରୀ । ଏପ୍ରିଲ ୧୩ ଓ ୧୪ ଦୁଇ ଦିନ ଧରି ଇସ୍ରାଏଲ ଉପରେ ୩୫୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିଥିଲା ଇରାନ ।