ଭାରତ-ଜାପାନ୍ ଚତୁର୍ଦ୍ଦଶ ଶିଖର ବୈଠକ ଆଜି ଅନୁଷ୍ଠିତ ହେବ। ଦୁଇ ଦେଶ ମଧ୍ୟରେ ସହଯୋଗକୁ ମଜବୁତ କରିବା ସହିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସ୍ଥାପନ ରେ ଭାଗିଦାରୀକୁ ନେଇ ଏହି ଶୀର୍ଷ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।
ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଶୀର୍ଷ ବୈଠକ ହେବ । ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଭାଗିଦାରୀ ଓ ବିଶ୍ୱ ଭାଗିଦାରୀତା ସମ୍ପର୍କ ପରିସର ମଧ୍ୟରେ ବିବିଧ କ୍ଷେତ୍ରରେ ସହଯୋଗ ରହିଛି ବୋଲି ଶ୍ରୀ ବାଗ୍ଚି କହିଛନ୍ତି।