ସୂଚନାନୁଯାୟୀ, 49 କେଜି ବର୍ଗ ଭାରତ୍ତୋଳନରେ ରୌପ୍ୟ ପଦକ ଜିତିବା ପରେ ଏକ ଚ୍ୟାନେଲରେ ଇଣ୍ଟରଭ୍ୟୁ ଦେଉଥିଲେ ମୀରାବାଈ । ଦେଶ ପାଇଁ ପଦକ ଆଣିବାକୁ ସେ କରିଥିବା ସଂଘର୍ଷ ବିଷୟରେ ମଧ୍ୟ କହିଥିଲେ । ଏତିକି ବେଳେ ସେ ଖୁବ ଖୁସି ହୋଇ କହିଥିଲେ ମୁଁ ଆଗ ପ୍ରଥମେ ପିଜା ଖାଇବି । ବହୁତ ଦିନ ହେଲା ମୁଁ ପିଜ୍ଜା ଖାଇନି । ଆଜି ମୁଁ ବହୁତ ସାରା ପିଜ୍ଜା ଖାଇବି ।
ଏହାପରେ ଡୋମିନସ୍ ଇଣ୍ଡିଆ ଟ୍ୱିଟ୍ କରିଥିଲା । ଏନେଇ କମ୍ପାନୀ ଟ୍ୱିଟ୍ ରେ ଲେଖିଥିଲା ଯେ, ‘ଆପ ନେ କାହା, ଅର୍ ହମନେ ସୁନ୍ ଲିୟା । ଆମେ ଆଉ ତୁମକୁ ଅପେକ୍ଷା କରିବାକୁ ଦେବୁ ନାହିଁ । ସେଥିପାଇଁ ମୀରାଙ୍କୁ ଜୀବନ ସାରା ମାଗଣା ପିଜ୍ଜା ଯୋଗାଇବୁ । '
Aapne kaha, aur humne sunn liya 🙏
We never want @mirabai_chanu to wait to eat 🍕 again so we’re treating her to FREE Domino’s pizza for life! #PizzasForLife — dominos_india (@dominos_india) July 24, 2021