ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ବାରା ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ ବା ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ ନବୀନ । ୩୦ ଅପରାହ୍ନରେ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ ଓ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ରାତି ୯ଟା ୩୦ ମିନିଟରେ ଭୁବନେଶ୍ବର ଅଭିମୁଖେ ବାହାରି ରାତି ୧୧.୩୦ରେ ଏଠାରେ ପହଞ୍ଚିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି । ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇଛନ୍ତି ।
ରୋମର ଭାଟିକାନ ସିଟି ଯାଇ ଖ୍ରୀଷ୍ଟଧର୍ମ ଗୁରୁ ପୋପ ଫ୍ରାନ୍ସିସଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଭାଟିକାନ୍ ସିଟିରେ ଖ୍ରୀଷ୍ଟଧର୍ମର ଗୁରୁ ପୋପ ଫ୍ରାନ୍ସିସଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋପଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଦେଶ ଗସ୍ତର ତୃତୀୟ ଦିନରେ ପୋପଙ୍କୁ ଭେଟିଛନ୍ତି ନବୀନ । ଏହାପରେ ମୁଖ୍ୟମନ୍ତ୍ରୀ ରୋମସ୍ଥିତ ଜାତିସଂଘର ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଓଡ଼ିଶାର ସଫଳତା କାହାଣୀ ସଂକ୍ରାନ୍ତୀୟ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ । ଏବଂ ତା ପରେ ମୁଖ୍ୟମନ୍ତ୍ରୀ ୨୬ ତାରିଖ ଅପରାହ୍ନ ୩ ଟା ୨୫ରେ ରୋମରୁ ଦୁବାଇ ଅଭିମୁଖେ ଗସ୍ତ କରିବେ ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
