ମରିୟମ କହିଛନ୍ତି ଯେ, ମୁଁ ଦୁଇ ଥର ଜେଲ ଯାଇଛି। ମୁଁ ଜେଲରେ ଥିବା ସମୟରେ ମୋ ସହ ଏବଂ ଅନ୍ୟ ମହିଳା କଏଦୀଙ୍କ ସହ ହୋଇଥିବା ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବରେ କହିବି ତେବେ ଏହି ମହିଳାମାନେ ମୁହଁ ଦେଖାଇ ପାରିବେ ନାହିଁ। ଯଦି ଜଣେ ଅଧିକାରୀ ମୋ ରୁମରେ ପଶି ମୋ ପିତାଙ୍କ ସାମ୍ନାରେ ମୋତେ ଗିରଫ କରି ପାରୁଛି ତେବେ ପାକିସ୍ତାନରେ କୌଣସି ମହିଳା ସୁରକ୍ଷିତ ନୁହଁନ୍ତି।
ସେ ପୁଣି କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଆଇଏସଆଇର ଅଫିସର କରାଚୀରେ ଏକ ହୋଟେଲରେ ଜଗରଦସ୍ତି ପଶି ମରିୟମଙ୍କ ପତିଙ୍କୁ ଗିରଫ କରିଥିଲେ। ଏପରିକି ତାଙ୍କୁ ଇମରାନ ଖାନଙ୍କ ସରକାର ଚକ୍ରାନ୍ତ କରୁ ଦୁଇ ଥର ଜେଲ ପଠାଇଛନ୍ତି।