ବିମାନରେ ଥିବା ୭୨ ଯାତ୍ରୀଙ୍କ ମଧ୍ୟରୁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପାଇଁ ଆଜି ନେପାଳରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଅନ୍ୟପଟେ ସାମ୍ନାକୁ ଆସିଛି ଦୁର୍ଘଟଣା ସମୟର ଲାଇଭ୍ ଭିଡିଓ । ନେପାଲ ବୁଲିବାକୁ ଯାଇଥିବା ବିହାରର ଜଣେ ଯୁବକ ସୋନୁ ବିମାନ ଭିତରୁ ଫେସବୁକ ଲାଇଭ କରୁଥିଲେ । କ୍ରାସ ସମୟରେ ବି ଏହା ଜାରି ରହିଥିଲା ।
ବିହାରର ୪ ଜଣ ସାଙ୍ଗ ନେପାଳ ବୁଲିବାକ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହା ସେମାନଙ୍କ ଶେଷ ଯାତ୍ରା ହେବ ବୋଲି କଳ୍ପନା ମଧ୍ୟ କରି ନଥିଲେ । ନେପାଳ ବିମାନ ଦୁର୍ଘଟଣାର ଏହି ଲାଇଭ୍ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।