ଟୁଇଟ୍ କରି ନିଜ ଅବସରର ଘୋଷଣା କରିଛନ୍ତି ସ୍ଵିଜରଲାଣ୍ଡର ଫେଡେରେର । ୨୦ ଗ୍ରାଣ୍ଡସ୍ଲାମ୍ ଜିତିଥିବା ୪୧ ବର୍ଷୀୟ ରୋଜର ଫେଡେରର ଓ୍ଵିମ୍ବଲଣ୍ଡନର କ୍ଵାର୍ଟର ଫାଇନାଲ୍ରେ ପରାଜୟ ପରେ କୋର୍ଟରୁ ବାହାରେ ଥିଲେ। ଏହା ପରେ ସେ ଆଣ୍ଠୁର ଅସ୍ତ୍ରୋପଚାର କରାଇଥିଲେ । ସେପ୍ଟେମ୍ବରରେ ଲଣ୍ଡନରେ ଖେଳାଯିବାକୁ ଥିବା ଲେଭର କପ୍ ତାଙ୍କ ଜୀବନର ଶେଷ ଟୁର୍ଣ୍ଣାମେଣ୍ଟ ହେବ । ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରି ଫେଡେରର କହିଛନ୍ତି । ୧୫୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି ଫେଡେରେର ।
୧୯୯୮ରେ ଫେଡେରର ପେଶାଦାର ଟେନିସ୍ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କ କ୍ୟାରିୟର ସେ ଆଠ ଓ୍ଵିମ୍ବଲଣ୍ଡନ, ଛଅ ଅଷ୍ଟ୍ରେଲିଆନ ଓପନ, ପାଞ୍ଚ ୟୁଏସ ଓପନ ଏବଂ ଥରୁଟିଏ ଫ୍ରେଞ୍ଚ ଓପନ ଟାଇଟଲ୍ ଜିତିଛନ୍ତି । ସେ ନିଜ କ୍ୟାରିୟରରେ ମୋଟ୍ ୧୦୩ ଟାଇଟଲ୍ ଜିତିଛନ୍ତି । ସ୍ଵିଜରଲାଣ୍ଡ ପାଇଁ ଅଲିମ୍ପିକରେ ଦୁଇ ସ୍ଵର୍ଣ୍ଣ ପଦକ ଜିତିବା ସହିତ ଖେଳାଳି ଭାବେ ବିଶ୍ଵ ଟେନିସ୍ ମାନ୍ୟତାରେ ୨୩୭ ସପ୍ତାହ ପର୍ଯ୍ୟନ୍ତ ଶୀର୍ଷରେ ରହିବାର ରେକର୍ଡ କରିଥିଲେ ।
ଖେଳ ଖବର ଆହୁରି ପଢନ୍ତୁ ।