ଭାରତକୁ ଉତ୍ପାଦନ ହବ୍ରେ ପରିଣତ କରିବାକୁ ଚାହୁଁଛୁ । ତେଣୁ ଜନକେନ୍ଦ୍ରିକ ବିକାଶ ମଡେଲ୍ ଉପରେ ଧ୍ୟାନନିବେଶ କରୁଛୁ । ଆଜି ଦେଶରେ ୭୦୦୦୦ରୁ ଅଧିକ ଷ୍ଟାର୍ଟ-ଅପ୍ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ଅଛି । ଏସ୍ସିଓ ଦେଶମାନଙ୍କ ସହିତ ଭାରତ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ । ବିଶ୍ବରେ ଥିବା ବୃହତ୍ତମ ଅର୍ଥନୀତିମାନଙ୍କ ମଧ୍ୟରେ ଭାରତ ମଧ୍ୟ ସାମିଲ ହେବା ଏକ ବଡ ଉପଲବ୍ଧୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏସସିଓ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଏହା ସହିତ ତୁର୍କୀ, ଇରା ଏବଂ ଉଜବେକିସ୍ଥାନ ରାଷ୍ଟ୍ର ମୁଖ୍ୟଙ୍କ ସହିତ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଫଳ କୂଟନୈତିକ ଆଲୋଚନାଏବଂ ଭାରତର ପକ୍ଷ ମଜଭୁତ କରି ଆଜି ଉଜବେକିସ୍ଥାନରୁ ପ୍ରତ୍ୟାବରତ୍ନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ବିଦେଶ ଖବର ଆହୁରି ପଢନ୍ତୁ ।