
ଅର୍ଗସ ବ୍ୟୁରୋ : ଭିଡ଼ ଭିତରୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବ ସ୍ନାଇଫର ଡଗ୍। ୟୁଏଇରେ ଭିଡ଼ ମଧ୍ୟରୁ କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ସ୍ନାଇଫର ଡଗର ଉପଯୋଗ କରିବା ପାଇଁ ବିଚାର କରାଯାଉଛି। ଏହି କୁକୁର ତାର ଘ୍ରାଣଶକ୍ତି ମାଧ୍ୟମରେ କରୋନା ରୋଗୀଙ୍କୁ ଚିହ୍ନଟ କରିବ। ଖିଲିଜ ଟାଇମ୍ସ ଅନୁଯାୟୀ, ସଂଯୁକ୍ତ ଅରବ ଅମିରତର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପୁଲିସର 9ଟି କୁକୁର ଉପରେ ପରୀକ୍ଷଣ ସମ୍ପୂର୍ଣ୍ଣ କରିଛି। ଏହି କୁକୁର ଗୁଡ଼ିକୁ ଏବେ କରୋନା ସଂକ୍ରମଣ ରୋକିବାରେ ନିଯୁକ୍ତ କରାଯିବ।
କୋଭିଡ-19 ସଂକ୍ରମିତଙ୍କୁ ଘ୍ରାଣଶକ୍ତି ମାଧ୍ୟମରେ ଚିହ୍ନଟ କରିବା ପାଇଁ କୈନାଇନର ଉପଯୋଗ କରିବା ପଦକ୍ଷେପ ବ୍ୟାବାହାରିକ ପ୍ରୟୋଗ ଏବଂ ବୈଜ୍ଞାନିକ ଅଧ୍ୟାପନା ଉପରେ ଆଧାରିତ। ମନ୍ତ୍ରଣାଳୟ କହିଛି ଯେ, କୋଭିଡ-19 ମାମଲା ଚିହ୍ନଟ କରିବା ପାଇଁ କୁକୁରଙ୍କୁ ନିୟୋଜିତ କରିବାକୁ ସିଦ୍ଧାନ୍ତମୂଳକ ଅଧ୍ୟୟନ ଏବଂ ଚର୍ଚ୍ଚା କରିବା ପାଇଁ ଅନ୍ୟ ଦେଶର ବିଶେଷଜ୍ଞଙ୍କ ସହ କେତେକ କାର୍ଯ୍ୟଶାଳା ଆୟୋଜନ କରାଯାଇଛି।

