ନ୍ୟୁୟର୍କ ରାଜ୍ୟର 57 ତମ ଗଭର୍ଣର ନିଜର ସରକାରୀ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ କରି ଲେଖିଛନ୍ତି – ଏବେ ମଧ୍ୟ ପ୍ରବଳ ବରଫପାତ ହେଉଛି ଓ ଥଣ୍ଡା ପବନର ତାପମାତ୍ରା ଶୂନ୍ୟ ଡିଗ୍ରୀ ସେଲସିୟସରୁ ତଳେ ଅଛି । ତେଣୁ ଆପଣ ମାନେ ସମସ୍ତେ ଘରେ ରହନ୍ତୁ, ସୁରକ୍ଷିତ ରହନ୍ତୁ ।
ଆମେରିକାର କିଛି ସ୍ଥାନରେ ପାରଦ ମାଇନସ 45 ଡିଗ୍ରୀ ଯାଏ ଖସି ଯାଇଛି । ଏହି ଭୟଙ୍କର ଓ ବିପଜ୍ଜନକ ଠଣ୍ଡା କାରଣରୁ ବଫେଲୋ ଓ ନ୍ୟୁୟର୍କ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଉଛି । ବରଫ ବାତ୍ୟା କାରଣରୁ ଦୁଇ ଦିନ ତଳେ ଆମେରିକାରେ 1707ଟି ଘରୋଇ ଓ ଆନ୍ତର୍ଜାତିକ ବିମାନକୁ ରଦ୍ଦ କରିବାକୁ ପଡିଛି । ଥଣ୍ଡାର ଏହି ତାଣ୍ଡବ ଉପରେ ନ୍ୟୁୟର୍କ ରାଜ୍ୟରେ ଗଭର୍ନର କ୍ୟାଥି ହୋଚୁଲ କହିଥିଲେ ଯେ ବଫେଲୋର ଇତିହାସରେ ଏହା ସବୁଠାରୁ ଅଧିକ ବିନାଶକାରୀ ବରଫ ଝଡ ।
ଏକ ଆମେରିକୀୟ ନ୍ୟୁଜ ଏଜେନ୍ସୀ ସୂଚନା ଦେଇଛି ଯେ ବଫେଲୋ ଅଂଚଳରେ ଏସୟୁଭି ଉଚ୍ଚତା ଯାଏ ବରଫ ପହଂଚି ସାରିଲାଣି ।
ଏହା ବ୍ୟତୀତ ବର୍ମାଂଟ, ଓହିୟୋ, ମିସୌରୀ, ବିସ୍କସିନ, କଂସାସ ଓ କଲରାଡୋରେ ମଧ୍ୟ ବରଫ ଝ଼ଡ କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । କାନାଡାର ବ୍ରିଟିଶ କଲମ୍ବିଆ ରାଜ୍ୟରେ ଥିବା ମେରିଟ ସହରରେ ବରଫରେ ଭର୍ତି ହୋଇଥିବା ରାସ୍ତାରେ ଏକ ବସ ଓଲଟି ଯାଇଥିଲା । ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ।
ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବରଫ ଝଡ ସବୁ କିଛିକୁ ଅସ୍ତ ବ୍ୟସ୍ତ କରି ଦେଇଛି । ଏହା ଦ୍ୱାରା ପରିସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଚାଲି ଯାଇଛି । ବରଫପାତ କାରଣରୁ ଆମେରିକା ଓ କାନାଡ଼ାରେ ଅନେକ ସ୍ଥାନରେ ବିଜୁଳି ଯୋଗାଣ ବାଧିତ ହୋଇଛି । ଆମେରିକାରେ ଅତି କମରେ 2 ଲକ୍ଷ ଉପଭୋକ୍ତାଙ୍କ ଘରେ ବିଜୁଳି ନାହିଁ।
ପ୍ରାକୃତିକ ଦୁର୍ବିପାକ ବିଷୟରେ ଖବର ପଢନ୍ତୁ