ଗୋଟିଏ ହାତ ପାପୁଲିରେ ସେ ତରଭୁଜଗୁଡିକୁ ଫଟାଇ ଚୂରମାର୍ କରି ଦେଇଥିଲେ। ଭିଡିଓରେ ଦେଖାଯାଇଛି ଯେ, ତାଙ୍କ ସମ୍ମୁଖରେ କେତେଜଣ ଭଲ୍ୟୁଣ୍ଟିୟର ହାତରେ ତରଭୁଜ ଧରି ଠିଆ ହୋଇଥାନ୍ତି। ସେ ଗୋଟିଏ ପରେ ଗୋଟିଏ ତରଭୁଜ ଭାଙ୍ଗି ଚାଲିଥିଲେ। ରୋବର୍ଡଙ୍କ ଏପରି କାର୍ଯ୍ୟ ତାଙ୍କୁ ସମ୍ମାନ ଦେଇଛି। ସେ ଗୋଟେ ଗୋଟେ କରି ଅତି ସହଜରେ ସବୁତକ ତରଭୁଜ ହାତରେ ଭାଙ୍ଗି ଦେଇଥିଲେ।
୧ ମିନିଟରେ ୩୯ଟି ତରଭୁଜ ଫଟାଇ ଗିନିଜ ଓ୍ୱାର୍ଲ୍ଡ ରେକର୍ଡ

ଅର୍ଗସ ବ୍ୟୁରୋ: ତରଭୁଜ ଫଟାଇ ଗିନିଜ ଓ୍ୱାର୍ଲ୍ଡ ରେକର୍ଡ। ସ୍ପାନିଶର ଜଣେ ଧାବକ ଏଭଳି ରେକର୍ଡ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୧ ମିନିଟରେ ୩୯ଟି ତରଭୁଜକୁ ଫଟାଇ ସେ ଏହି ରେକର୍ଡ କରିଛନ୍ତି। ତରଭୁଜ କାଟିବାକୁ ଲୋକେ ଛୁରି ବ୍ୟବହାର କରନ୍ତି। ହେଲେ ସ୍ପାନିଶ୍ ଧାବକ ରୋବର୍ଟ ରୋଡ୍ରିଗଜ୍ ହାତ ପାପୁଲିରେ ତରଭୁଜ ଫଟାଇ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି।
Download Argus News App
