ତୁର୍କୀରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ୧୦୧ ଜଣ ଏନଡିଆରଏଫ ଟିମ ମୁତୟନ ଅଛନ୍ତି । ସକାଳେ ୫୧ ଜଣ ଏନଡିଆରଏଫ ଟିମ ଉଦ୍ଧାରକାର୍ଯ୍ୟ ରେ ରହିଥିବା ବେଳେ ସନ୍ଧ୍ୟାବେଳେ ୫୦ ଜଣ ଏନଡିଆରଏଫ ଟିମ ଉଦ୍ଧାର ପାଇଁ ମୁତୟନ ହୋଇଛନ୍ତି । ଏହି ପ୍ରଳୟଙ୍କାରୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ୧୦ ଫୁଟ ତଳକୁ ଖସିଯାଇଛି ତୁର୍କୀ । ଭାରତ ମଧ୍ୟ ତୁର୍କୀକୁ ସାହାଯ୍ୟ କରିବା ପାଇଁ ରିଲିଫ ପଠାଇଛି । ଏହି ପରିପ୍ରେକ୍ଷୀରେ ତୁର୍କୀର ୪ଜଣ ତାଲିମପ୍ରାପ୍ତ କୁକୁର ମଧ୍ୟ ତୁର୍କୀର ଲୋକମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗିଛନ୍ତି ।
୭.୮ ତୀବ୍ରତାଯୁକ୍ତ ଭୂକମ୍ପରେ ତୁର୍କୀର ପ୍ରାୟ ୧୩ ଟି ଦେଶ ଧ୍ବଂସ ହୋଇଯାଇଛି । ଭୁକମ୍ପକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୃତ୍ୟୁର ତାଣ୍ଡବ କମିବାର ନାଁ ନେଉନି । ଯାହାକୁ ନେଇ ଚିନ୍ତାରେ ତୁର୍କୀବାସୀ । ତେବେ ଏନେଇ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଦେଶବାସୀଙ୍କୁ ସାନ୍ତ୍ବନା ଦେଇଛନ୍ତି ରାଷ୍ଟ୍ରପତି ରିସେପ ତେଇପ ଏର୍ଡୋଗାନ ।