ସମ୍ପର୍କୀୟ ଆଉଁସି ପକାଉଛନ୍ତି। ଚୁମ୍ବନ ଦେଉଛନ୍ତି। ଆନୁଗତ୍ୟର ନମସ୍କାର ଜଣାଉଛନ୍ତି ଇଶ୍ବରଙ୍କୁ। ଆଉ ଏପଟେ ଅଦନାମ ଯାହା କହିଛନ୍ତି, ତାକୁ ଶୁଣି ସମସ୍ତେ ଅବାକ୍।
ମାଟି ତଳେ ୩ ଦିନ ଧରି ମରଣ ସହ ସଂଗ୍ରାମ। ଅବସ ଦେହ ମାଟି ତଳେ ଥିଲା । ହାତ ହଲାବାକୁ ବିଶେଷ ଜାଗା ନ ଥିଲା। ରାନ୍ଧି ହେଉଥିଲା ନିଶ୍ବାସ। ସୁଖି ଯାଉଥିଲା ତଣ୍ଟି। ଯେତେହେଲେ ମଣିଷ। ଶୋଷ ହେବା ବି ସ୍ବାଭାବିକ । ଆଉ ଏଇଥିପାଇଁ ନିଜ ପରିଶ୍ରାକୁ ନିଜେ ପିଉଥିଲେ ଅଦନାମ। ଥରେ କଳ୍ପନା କରନ୍ତୁ ଏ କଥାକୁ। ମରଣକୁ ସାମ୍ନାରେ ଦେଖିଲେ, ମଣିଷ କିଛି ବି କରିପାରେ ଏ କଥାର ପ୍ରମାଣ ନିଜେ ଏହି ବ୍ୟକ୍ତି ଜଣକ।
ଗଜିଆଟେପ। ତୁର୍କୀର ଜନଗହଳୀପୂର୍ଣ୍ଣ ଅଞ୍ଚଳ। ଯେଉଁଠି ଏହି ପ୍ରଳୟଙ୍କରୀ ଭୁକମ୍ପରେ ବଡ଼ ବଡ଼ ବିଲ୍ଡିଂ ଭୁଷୁଡ଼ି ପଡ଼ିଥିଲା । ଏହି ବିଲ୍ଡିଂ ତଳେ ଅନେକ ଲୋକ ଫସି ଯାଇଥିଲେ । ଯାହାଙ୍କ ଭିତରେ ଥିଲେ ଅଦନାମ ନାମକ ଜଣେ ଯୁବକ। ବୟସ ମାତ୍ର ୧୭ ବର୍ଷ। ତାଙ୍କ ପରିବାରର କିଛି ଲୋକେ ଅଳ୍ପକେ ବର୍ତ୍ତିଥିଲେ। ହେଲେ ଅଦନାମ ଏହି କଙ୍କିଟ ଗଦା ଭିତରେ ହଜିଯାଇଥିଲା। ସମସ୍ତେ ଭାବୁଥିଲେ ସିଏ ମୃତ୍ୟୁ ବରଣ କରିଥିଲେ।
କିନ୍ତୁ ଉଦ୍ଧାର ବେଳେ ଚମତ୍କାର ହେଲା। ଅଦନାମ ଜୀବିତ ଥିଲେ। ୯୪ଘଣ୍ଟାର ସଂଘର୍ଷ ପରେ ମୃତ୍ୟୁଞ୍ଜୟୀ ହୋଇଥିଲେ। ଜୀବନକୁ ୨ୟ ଥର ପାଇଥିବା ଅଦନାମଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା। ହେଲେ କଥା ଥମିବାର ନାଁ ଧରୁନି। ପରିଶ୍ରା ପିଇ ଜଣେ କେହି ଜୀବନ ଫେରିପାଇଛି।