ଅର୍ଗସ ବ୍ୟୁରୋ: ଯୁଦ୍ଧର ବିଭୀଷିକା ମଧ୍ୟରେ ଜଳୁଛି ୟୁକ୍ରେନ। ଏହାରି ମଧ୍ୟରେ ୟୁକ୍ରେନରୁ ଆସୁଛି ବେଶ ଭୟଙ୍କର ଚିତ୍ର। ଗୋଟିଏ ବର୍ଷ ପୂର୍ବରୁ ୟୁକ୍ରେନ କିପରି ଥିଲା, ଏବଂ ବର୍ତ୍ତମାନ କିପରି ରହିଛି ତାକୁ ଦର୍ଶାଯାଇଛି। ଯାହା ବେଶ ହୃଦୟବିଦାରକ। ଭାଙ୍ଗିଯାଇଛି ବୃହତ ଅଟାଳିକା। ଧ୍ଵଂସ ହୋଇଯାଇଛି ବଡ଼ ବଡ଼ ସହର। ସହରରେ କୌଣସି ଲୋକ ଦେଖିବାକୁ ମିଳୁନଥିବା ବେଳେ, ରାସ୍ତା ଘାଟ ସବୁ ଧ୍ଵଂସ ହୋଇଯାଇଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି।
ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଲା ୯ମ ଦିନ। ଅନେକ ଲୋକଙ୍କ ଜୀବନ ଗଲାଣି। ଭୟଭୀତ ଅବସ୍ଥାରେ ସମସ୍ତେ ଅଛନ୍ତି। ଏଭଳି ସ୍ଥିତିରେ ଏ ଯୁଦ୍ଧ ଥମିବାର ନାଁ ଧରୁନି।
ଅନ୍ୟପଟେ ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଭାରତୀୟ ସେୟାର ମାର୍କେଟରେ ଲଗାତର ଭାବେ ପଡ଼ିବାରେ ଲାଗିଛି । ବଜାର ଆରମ୍ଭରୁ ପୁଣି ଖସିଛି ସେନସେକ୍ସ ।