କୋରିଆନ ଡ୍ରାମ ଉତ୍ତର କୋରିଆରେ କେ-ଡ୍ରାମା ଭାବେ ପରିଚିତ । ଏହାକୁ ଦେଖିବାକୁ କିମ୍ବା ଏହାର ପ୍ରଚାର କରିବା ଦେଶରେ ସଂପୂର୍ଣ୍ଣ ଭାବେ ବ୍ୟାନ। କେ-ଡ୍ରମା ଦେଖିଲେ ଏହାକୁ ଉତ୍ତର କୋରିଆରେ ଅପରାଧ ଭାବେ ବିବେଚନା କରାଯାଏ।
ତେଣୁ କୋରିଆରନ ସିନେମା ଦେଖିଥିବା ଜଣେ ୧୬ ବର୍ଷ ଓ ଜଣେ ୧୭ ବର୍ଷର ଛାତ୍ରଙ୍କୁ ସମସ୍ତଙ୍କ ଉପସ୍ଥିତିରେ ଗୁଳି କରି ହତ୍ୟା କରାଯାଇଛି ।
ଲୋକମାନଙ୍କ ଉପସ୍ଥିତିରେ ଉଭୟଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଲୋକମାନଙ୍କୁ ମଧ୍ୟ ଏହି ଘଟଣାକୁ ଦେଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ଅକ୍ଟୋବର ମାସରେ ଏହି ଘଟଣା ଘଟିଥିବା ବେଳେ ଏବେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି ।
ଗତବର୍ଷ ଉତ୍ତର କୋରିଆ ସରକାର କିମ ଜଙ୍ଗ ଉନଙ୍କ ବାପା କିମ ଜଙ୍ଗ ଦ୍ୱିତୀୟଙ୍କ ଶ୍ରାଦ୍ଧ ବାର୍ଷିକ ପାଇଁ ପୂରା ଦେଶରେ ୧୧ ଦିନ ପାଇଁ ଶୋକସଭା କରିଥିଲେ। ଏହି ସମୟରେ ଲୋକଙ୍କୁ ହସିବା, ଦୋକାନରୁ କିଣାକିଣି କରିବା ଓ ମଦ ପଇବାକୁ ବାରଣ କରାଯାଇଥିଲା।