ସୂଚନା ଅନୁସାରେ, ଆଫଗାନିସ୍ତାନରେ ତାଲିବାନ ଶାସନର ପୁନଃ ପ୍ରତିଷ୍ଠା ପରେ ଲୋକଙ୍କ ଜୀବନ କଷ୍ଟକର ହୋଇପଡୁଛି ବିଶେଷ କରି ମହିଳାଙ୍କ ପାଇଁ । ତାଲିବାନ ସୁପ୍ରିମୋ ଏକ ବାର୍ତ୍ତାରେ କହିଛନ୍ତି ଯେ କାବୁଲ ଦଖଲ କରିବା ସହିତ ସେମାନଙ୍କର ସଂଗ୍ରାମ ଶେଷ ହୋଇନାହିଁ । ବର୍ତ୍ତମାନ ସେମାନେ ଦେଶରେ ଶରିଆ ଆଇନ ଲାଗୁ କରିବେ । ଫଗାନିସ୍ତାନରେ ତାଲିବାନ ଶାସନର ପୁନଃ ପ୍ରତିଷ୍ଠା ହେବାପରେ ଲୋକମାନେ ଆଶଙ୍କା ବ୍ୟକ୍ତ କରିଥିଲେ ଯେ ଏଥିରେ ଆଫଗାନିସ୍ତାନ ମହିଳାମାନେ ଅଧିକ କ୍ଷତିଗ୍ରସ୍ତ ହେବେ ।
ଅଧିକ ପଢନ୍ତୁ ବିଦେଶ ଖବର
ଏକ ରିପୋର୍ଟ ଅନୁଯାୟୀ, ଏହି ଅଡିଓ ବାର୍ତ୍ତାରେ ତାଲିବାନ ସୁପ୍ରିମୋ ମଧ୍ୟ ପାଶ୍ଚାତ୍ୟ ଗଣତନ୍ତ୍ର ବିରୋଧରେ ଲଢେଇ ଜାରି ରଖିବାକୁ ଶପଥ ନେଇଛନ୍ତି । ଅଖୁନ୍ଦଯାଦା ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ସମର୍ଥିତ ମହିଳାଙ୍କ ଅଧିକାର ତାଲିବାନର ‘ଇସଲାମୀୟ ଶାରିଆ ଆଇନ’ର ବିରୋଧୀ । ସେ ଆହୁରି କହିଛନ୍ତି ଆମ ଦେଶର ମହିଳାମାନେ, ପଶ୍ଚିମର ଲୋକମାନେ ଯେଉଁ ଅଧିକାର ବିଷୟରେ କହୁଛନ୍ତି , ସେହି ଅଧିକାର ଚାହୁଁଛନ୍ତି କି ? ଯେଉଁ ପାଶ୍ଚାତ୍ୟ ଲୋକମାନେ ଆମ ଶରିଆ ବିରୋଧ କଥା କହୁଥିଲେ ଆମେ ସେମାନଙ୍କୁ ଆମ ଦେଶରୁ ତଡି ଦେଇଛୁ ।