ଯୁବକମାନେ ମାତ୍ରାଧିକ ଶାରିରୀକ ବ୍ୟାୟାମ କରିବା ପୂର୍ବରୁ ହୃତ୍ପିଣ୍ଡ ସହିତ ସନ୍ତୁଳନ ରକ୍ଷା କରିବାକୁ ହେବ। ସୁସ୍ଥ ହୃତ୍ପିଣ୍ଡ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶର ଆବଶ୍ୟକତାକୁ ଗୁରୁତ୍ବ ଦିଆଯାଉଛି। ମାତ୍ର ଏହା ବାହାରେ ମଧ୍ୟ ଆହୁରି ବିଭିନ୍ନ କାରଣରୁ ହୃଦ୍ରୋଗ ହେଉଛି ଯାହାକୁ ଅଣଦେଖା କରାଯାଉଛି।ବୈକଳ୍ପିକ ରକ୍ତ ପ୍ରବାହ ମାର୍ଗ ବିକଶିତ ନହେବା ଯୋଗୁଁ ଅନେକ ଯୁବ ତାରକାଙ୍କ ମୃତ୍ୟୁ ହେଉଛି। ।ଏଥିଯୋଗୁଁ ସମସ୍ତେ ଜାଣିବା ଉଚିତ ଯେ ମାତ୍ରାଧିକ ବ୍ୟାୟାମ କରିବା ପୂର୍ବରୁ ହୃତ୍ପିଣ୍ଡର ସ୍କ୍ରିନିଂ ନିହାତି ଆବଶ୍ୟକ।
ଛାତିରେ ଯନ୍ତ୍ରଣା ବା ଅସ୍ବାଭାବିକ ଅନୁଭବ ହେଲେ ହୃତ୍ପିଣ୍ଡ ସମସ୍ୟାକୁ ସୂଚାଇ ଦିଏ ତେଣୁ ଏହାର କାରଣ ଜାଣିବା ପାଇଁ ପରୀକ୍ଷା କରିବାର ନିହାତି ଆବଶ୍ୟକତା ରହିଛି।
ବିଦେଶ ଖବର ଆହୁରି ପଢନ୍ତୁ ।