ସୂଚନା ଅନୁଯାୟୀ ପ୍ୟାରିସ ଅଲମ୍ପିକ୍ସରେ ଯୋଗ ଦେବାକୁ ଆସିଥିବା ୬ଲକ୍ଷ ଦର୍ଶକଙ୍କୁ ଏହି ଉଡନ୍ତା ଟ୍ୟାକ୍ସି ସେବା ଯୋଗାଇବ। ଏହି ଟ୍ୟାକ୍ସିକୁ ବିମାନବନ୍ଦରରୁ ଅଲମ୍ପିକ୍ସ ଆୟୋଜିତ ହେଉଥିବା ଗାଆଁ ଗୁଡ଼ିକ ମଧ୍ୟରେ ସ୍ଥାନାନ୍ତର କରାଇବା ପାଇଁ ୫ଟି ରୁଟ୍ ଅଫର ହେବ। ଗବେଷକଙ୍କ କହିବା ଅନଯାୟୀ ସହରରେ ହେଉଥିବା ଅତ୍ୟଧିକ ଟ୍ରାଫିକ ସମସ୍ୟା ଏବଂ ଜନସାଧାରଣ ଭିତ୍ତିଭୂମି ଉପରେ ଅତିରିକ୍ତ ଚାପ କମ୍ କରିବାପାଇଁ ଏହିଭଳି ବନ୍ଦୋବସ୍ତ କରାଯାଇଛି। ଭୋଲୋକୋପ୍ଟରର ସିଇଓ ଡାର୍କ ହୋକ୍ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଲୋକଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି ହେବ। ଆଉ କିଛି ବର୍ଷ ଭିତରେ ଲୋକମାନେ ଏହି ଟ୍ୟାକ୍ସିକୁ ଏକ ସାଧାରଣ ପରିବହନ ଭାବରେ ବ୍ୟବହାର କରିବେ।
ପାଇଲଟ୍ ବେଜର୍ନ ଫେହର୍ମ କହିଛନ୍ତି,ଏହି ଉଡନ୍ତା ଟ୍ୟାକ୍ସିରେ ଏକ ସ୍ବତନ୍ତ୍ର ବ୍ୟାଟେରୀ ଟେକ୍ନୋଲୋଜି ରହିଛି ଯାହା ବିମାନ ପରିବହନ କରୁଥିବା ଯାତ୍ରୀଙ୍କ ଦୂରତା ଏବଂ ସଂଖ୍ୟାକୁ ସୀମିତ କରିବ ଯାହାଫଳରେ ଯାତ୍ରା ବେଳେ କୌଣସି ଅସୁବିଧା ହେବନି। ୨୦୨୪ ପ୍ୟାରିସ ଅଲମ୍ପିକ୍ସ ସମୟରେ ଉଡନ୍ତା ଟ୍ୟାକ୍ସି ଏକ ପ୍ରାଥମିକ ପରିବହନ ମାଧ୍ୟମ ହେବାକୁ ଯୋଜନା ଅଛି।
ସମଗ୍ର ବିଶ୍ବ ଆଗାମୀ ଅଲମ୍ପିକ୍ସକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଏହି ସମୟରେ ଉଡନ୍ତା ଟ୍ୟାକ୍ସିର ପରିଚାଳନା ଦର୍ଶକଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଦେବ ବୋଲି ଗବେଷକ ମାନେ ମତ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର