ଜୋମାଟୋ ଘୋଷଣା କରିଛି କି ସାଧା ଓ ଆମିଷ ଵିତରଣ କରିଵା ଵେଳେ ଅନେକ ପ୍ରକାରର ଅସୁଵିଧାର ସମ୍ମୁଖୀନ ହେଵାକୁ ପଡେ। ସେଥିପାଇଁ ସାଧା ଓ ଆମିଷର ଵିତରଣ ପାଇଁ ଡେଲିଭରି ପିଲାମାନଙ୍କ ପାଇଁ ଡ୍ରେସ ଏବଂ ବ୍ୟାଗ ଭିନ୍ନ ଭିନ୍ନ ରଙ୍ଗର କରାଯାଇଛି । ଭାରତର ଲୋକମାନେ କେଉଁ ପ୍ରକାରର ଖାଦ୍ୟରେ ଅଧିକ ଖର୍ଚ୍ଚ କରନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୨୦୦୫-୨୦୦୬ ମସିହାରୁ ୨୦୧୯-୨୦୨୧ ମାଛ ଖାଉଥିଵା ଲୋକଙ୍କ ସଂଖ୍ୟା ଵୃଦ୍ଧି ପାଇଛି ।
ରିପୋର୍ଟ ଅନୁଯାୟୀ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ୨୩ କୋଟି ବୃଦ୍ଧି ପାଇଛି । ମାଛ ଖାଉଥିବା ଭାରତୀୟଙ୍କ ସଂଖ୍ୟା ୬୬% ରୁ ୭୨.୧% କୁ ବୃଦ୍ଧି ପାଇଛି। ଯାହା ପ୍ରାୟ ୬.୧ ପ୍ରତିଶତ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ ଭାରତର ମୋଟ ଜନସଂଖ୍ୟା ୧୩୪ କୋଟି ଥିଵାରୁ ସେଥିମଧ୍ୟରୁ ୯୬.୬ କୋଟି ଲୋକ ମାଛ ଖାଉଛନ୍ତି। ଆଗରୁ ଲୋକ ସପ୍ତାହରେ ଅତି କମରେ ଥରେ ମାଛ ଖାଉଥିଲେ କିନ୍ତୁ ଏଵେ ପ୍ରତି଼ଦିନ ଖାଉଛନ୍ତି ।
ସେହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ଘରରେ ଅନ୍ୟ ସାମଗ୍ରୀ ତୁଳନାରେ ଅଣ୍ଡା, ମାଛ ଏବଂ ମାଂସ ଉପରେ ଘରର ଅଧିକ ଖର୍ଚ୍ଚ ହୋଉଛି । ଗାଁ ଠାରୁ ସହରରେ ଅଧିକ ଖର୍ଚ୍ଚ ହୋଇଛି ଵୋଲି ଜଣାପଡିଛି ।