ତେବେ ଜାଣନ୍ତୁ ସତ୍ତୁ କିପରି ତିଆରି କରିବେ ଏବଂ ତାର ଉପକାରିତା :-
ଆପଣ ସତ୍ତୁକୁ ଖାଲି ପେଟରେ କିମ୍ବା ଜଳଖିଆ ସହିତ ପିଇପାରିବେ । ଏଥିପାଇଁ ୧ ଗ୍ଲାସ୍ ସାଧା ପାଣି ନିଅନ୍ତୁ ଏବଂ ସେଥିରେ ୨ରୁ୩ ଚାମଚ ସତ୍ତୁକୁ ମିଶାନ୍ତୁ । ବର୍ତ୍ତମାନ ଏଥିରେ କଳା ଲୁଣ, ଜିରା ପାଉଡର, କିଛି ଲେମ୍ବୁ ମିଶାଇ ପିଅନ୍ତୁ ।
ଖାଲି ପେଟରେ ସତ୍ତୁ ପିଇବାର ଫାଇଦା:
ଖାଲି ପେଟରେ ସତ୍ତୁ ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ। ଏହା ଶରୀରରେ ବ୍ଲୋଟିଂ କମ୍ କରେ, ମେଟାବୋଲିଜିମ୍ କୁ ବଢ଼ାଏ, କ୍ୟାଲୋରୀ ଘଟାଏ ଏବଂ ଗ୍ୟାସ ସମସ୍ୟା ଦୂର କରେ।
ଷ୍ଟ୍ରୋକ ଏବଂ ଖରାରୁ ରକ୍ଷା କରେ:
ଗରମ ଦିନରେ ସତ୍ତୁ ପିଇବା ଦ୍ଵାରା ଗରମରୁ ରକ୍ଷାମିଳିଥାଏ । ସୂର୍ଯ୍ୟ କିରଣର ପ୍ରଭାବକୁ ହ୍ରାସ କରିବାରେ ସତ୍ତୁ ମଧ୍ୟ ସହାୟକ ହୋଇଥାଏ । ସତ୍ତୁ ପିଇଵା ଦ୍ଵାରା ଶରୀରରେ ଜଳୀୟ ଅଶଂ ଵଢିଥାଏ। ଗରମରୁ ରକ୍ଷା ପାଇବା ପାଇଁ, ପ୍ରତିଦିନ ସକାଳେ ସତ୍ତୁ ପିଇବା ଆବଶ୍ୟକ ।
ଶରୀରକୁ ହାଇଡ୍ରେଟ୍ ରଖେ:
ଖରାଦିନରେ ସତ୍ତୁ ପିଇଲେ ଶରୀରକୁ ହାଇଡ୍ରେଟ୍ ରଖେ । ଡିହାଇଡ୍ରେସନ୍ ହେଲେ ସତ୍ତୁ ପିଇପାରିଵେ। ସତ୍ତୁ ପିଇବା ଦ୍ବାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ।
ହଜମ ଶକ୍ତି ବଢ଼ାଏ:
ସତ୍ତୁ ପିଇବା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ। ଏଥିରେ ରିଚ୍ ଫାଇବର ଥାଏ ଯାହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ । ଶରୀରରେ ଜମା ହୋଇଥିବା ମଇଳା ସଫା କରିବାରେ ମଧ୍ୟ ସତ୍ତୁ ସାହାଯ୍ୟ କରିଥାଏ ।
ତେବେ ସତ୍ତୁ ଦେଖିବାକୁ ସାଧାରଣ ଲାଗେ କିନ୍ତୁ ଏଥିରେ ଅନେକ ଓୌଷଧୀୟ ଗୁଣ ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଲାଭବାନ୍ ହୋଇଥାଏ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର