ଘର
ଓଡ଼ିଶା
ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ୱରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍
ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ୱରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ୍
by Smruti Parija
ଅର୍ଗସ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଯୋଜନା କାର୍ଯ୍ୟକାରିତା ନେଇ ଭୁବନେଶ୍ୱରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଟିମ । ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟାଳୟରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଟିମ ସହ ଆଲୋଚନା କରିଛି କେନ୍ଦ୍ରୀୟ ଟିମ । ବୈଠକ ପରେ ସ୍ବାସ୍ଥ୍ୟ ସଚିବ ଅସ୍ୱଥି ଏସ.ଙ୍କ ସୂଚନା । ସ୍କିମକୁ କିଭଳି ଇଣ୍ଟିଗ୍ରେଟ କରାଯିବ କେନ୍ଦ୍ରୀୟ ଟିମ ସହ ସବିଶେଷ ଆଲୋଚନା ହୋଇଛି ।
ବ୍ୟାକ ଏଣ୍ଡରେ IT ସିଷ୍ଟମ ଇଣ୍ଟିଗ୍ରେଟ ନେଇ ମଧ୍ୟ ଆଲୋଚନା ହୋଇଛି । ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଆଜି ଆଉ ଥରେ ଉଚ୍ଚ ସ୍ତରୀୟ ଆଲୋଚନା ହେବ । ଆଶା କରାଯାଉଛି, ଯେତେଶୀଘ୍ର ସମ୍ଭବ ହେବ, ସ୍କିମ କାର୍ଯ୍ୟକାରୀ କରାଯିବ । ଆଜି କେନ୍ଦ୍ରୀୟ ଟିମ ଆସିବା ପରେ ବହୁତ୍ ଜଲଦି ସବୁ ପ୍ରକ୍ରିୟା ସାରି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ ବୋଲି ଆଶା କରୁଛୁ । ନୂଆ ଆର୍ଥିକ ବର୍ଷ ପୂର୍ବରୁ ନୂଆ ଯୋଜନା ଲାଗୁ ନେଇ ଆଶାବାଦୀ ଅଛୁ ।