ଉଦ୍ଧମପୁର-ଶ୍ରୀନଗର-ବରମୁଲ୍ଲା ରେଲ ଲିଙ୍କ୍ ର ସବୁଠୁ ମୁକ୍ସିଲ ପାର୍ଟ ଥିଲା ଚେନାବ ବ୍ରିଜ ନିର୍ମାଣ । ଯାହା ଉପରେ ସମଗ୍ର ଦୁନିଆର ନଜର ଥିଲା । ସମସ୍ତେ କହୁଥିଲେ ଭାରତ ଏହାକୁ କେମିତି କରିବ କିନ୍ତୁ ଭାରତ ସରକାର, ଇଣ୍ଡିଆନ ରେଲୱେ ଓ ଭାରତୀୟ ଇଞ୍ଜିନିୟରିଂ ଏହାକୁ କାର୍ଯ୍ୟରେ କରି ଦେଖେଇ ଦେଇଛନ୍ତି ।
ସଙ୍ଗଲଦାନରୁ ରିଆସି ମଧ୍ୟରେ ରହିଛି ଏହି ଚେନାବ ବ୍ରିଜ । ବିଶ୍ୱର ସବୁଠୁ ଉଚ୍ଚା ରେଳ ବ୍ରିଜ ଭାବେ ପରିଗଣିତ ହୋଇଛି ଏହି ଚେନାଵ ବ୍ରିଜ । ୧୮ ଟି ପିଲର ଉପରେ ନିର୍ମାଣ ହୋଇଥିବା ଚେନାଵ ବ୍ରିଜ ର ଉଚ୍ଚତା ୩୫୯ ମିଟର । ଯାହାକି ୩୩୦ ମିଟର ଆଇଫିଲ ଟାୱାର ଠୁ ବି ଅଧିକ ଉଚ୍ଚତା ବିଶିଷ୍ଟ । ଚେନାଵ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ବ୍ରିଜ ୧୩୧୫ ମିଟର ଲମ୍ବା । ଏହି ବ୍ରିଜର ଭାର ସହିଥିବା ୧୮ ଟି ପିଲର ମଧ୍ୟରୁ ସବୁଠାରୁ ଉଚ୍ଚା ସିମେଣ୍ଟ ପିଲର ୪୯ ମିଟର ର ହୋଇଥିବା ବେଳେ ସବୁଠୁ ଉଚା ଷ୍ଟିଲ ପିଲର ୧୩୦ ମିଟର ଉଚ୍ଚତା ବିଶିଷ୍ଟ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବ୍ରିଜକୁ ଏତେ ମଜଭୁତ କରାଯାଇଛି ଯେ ମାଇନସ ୨୦ ଡିଗ୍ରୀ ତାପମାତ୍ରା ହେଉ କି ୨୬୦ କିଲୋମିଟର ବେଗରେ ପବନ ବହିଲେ ବି ଏହି ପୋଲର କୌଣସି କ୍ଷତି କରି ପାରିବ ନାହିଁ । ଏପରିକି ୮.୦ ରେକ୍ଟରସେଲର ଭୂମୀକମ୍ପ ମଧ୍ୟ ଏହି ବ୍ରିଜର କୌଣସି କ୍ଷତି କରି ପାରିବ ନାହିଁ । କେବଳ ଏତିକି ନୁହେଁ ୪୦ କେଜିର ବିସ୍ଫୋରକ ସାମଗ୍ରୀ ଦ୍ୱାରା ଏହି ବ୍ରିଜ ଉପରେ ବ୍ରିଜ ଉପରେ ଆଟାର୍କ କଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ । ଯଦି ବି ବ୍ରିଜର କୌଣସି ବି ଗୋଟେ ପିଲାର ନଷ୍ଟ ହେଉଛି ତଥାପି ବ୍ରିଜ ଉପରେ ଭାରତୀୟ ରେଳ ଦୌଡ଼ିବା ରେ କୌଣସି ଅସୁବିଧା ହେବ ନାହିଁ। ଏହି ବ୍ରିଜ ନିର୍ମାଣ ରେ ୩୦ ହଜାର ମେଟ୍ରିକ ଟନ ଷ୍ଟିଲ ବ୍ୟବହାର ହୋଇଛି । ଯାହାକି ଆଇଫିଲ ଟାୱାର ଠୁ ଚାରି ଗୁଣା ଅଧିକ । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଏହା ଉପରେ ଭାରତୀୟ ରେଳ ଗାଡ଼ି ଦୌଡ଼ିବ ସେହି ଭଳି ସକ୍ଷମ କରାଯାଇଛି ଏହାକୁ । ତେବେ ଆପଣଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିବ ଏହି ବ୍ରିଜର ବୟସ ସୀମା । କାରଣ ୧୪୦୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ବ୍ରିଜ ୧୨୦ ବର୍ଷ ପର୍ଯ୍ୟନ୍ତ କୌଣସି କ୍ଷତି ହେବ ନାହିଁ ।
ସୁରକ୍ଷା ଦୃଷ୍ଟି କୋଣରୁ ଭାରତ ପାଇଁ ଏହି ବ୍ରିଜ ଯେତିକି ନୂଆ ସୂର୍ଯ୍ୟଦୋୟ ଆଣିଛି ପାକିସ୍ତାନ ଓ ଚୀନ ଭଳି ଦେଶ ପାଇଁ ମଧ୍ୟ ଚିନ୍ତା ବଢାଇଛି । ଏହି ବ୍ରିଜ ବା ପୋଲ ଯେଉଁଠି ନିର୍ମାଣ ହୋଇଛି ଅର୍ଥାତ ଏଠୁ ଏଲଓସି ମାତ୍ର ୬୫ କିଲୋମିଟର । ଏହି ବ୍ରିଜ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ରେ ସେନା ଏହି ସ୍ଥାନ କୁ ଅତି ସହଜରେ ଯିବା ଆସିବା କରି ପାରିବା ସହ ଅସ୍ତ୍ରଶସ୍ତ୍ର ବି ପରିବହନ କରି ପାରିବେ । ପୂର୍ବରୁ ଶୀତ ଦିନେ ବରଫ ବର୍ଷା କାରଣରୁ ଏଠି ସେନା ପହଁଚି ପାରୁନଥିଲେ । ସମସ୍ୟା ହେଉ ଥିଲା । କିନ୍ତୁ ଏହି ଚେନାଵ ବ୍ରିଜ ନିର୍ମାଣ ଦ୍ୱାରା ବର୍ଷ ତମାମ ଅର୍ଥାତ ୩୬୫ ଦିନ ସେନା ଏଠାକୁ ଯିବା ଆସିବା କରି ପାରିବେ । ଯାହା ଦ୍ୱାରା କି କାଶ୍ମୀର ରେ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବ ।
ତେବେ ରିଆସି ଜିଲ୍ଲା ରେ ନିର୍ମାଣ ହୋଇଥିବା ଏହି ରେଳ ବ୍ରିଜ କେବଳ ଯେ କାଶ୍ମୀର ର କୌରି ଏବଂ ବକଲ ଗାଁ କୁ ଯୋଡ଼ିବ ନାହିଁ ବରଂ କାଶ୍ମୀର ରୁ କନ୍ୟାକୁମାରି ରେଳ ଯାତ୍ରା ରେ ବି ବଡ଼ ସହାୟକ ହେବ। ଚେନାଵ ବ୍ରିଜ କାଶ୍ମୀର ରେ କେବଳ ଯାତାୟାତ ନୂଆ ଅଧ୍ୟାୟ ସୃଷ୍ଟି କରିବନି ବରଂ ସମାଜିକ, ଅର୍ଥନୈତିକ ଓ ପର୍ଯ୍ୟଟନ ବିକାଶ ର ମଧ ମାଧ୍ୟମ ସାଜିବ । ଏହା ଦେଖିବା ପରେ ଆମେ ପ୍ରତିଟି ଭରତୀୟ ଗର୍ବ ର ସହ କହି ପାରିବା ଏହା କେବଳ ଭାରତ ରେ ହିଁ ସମ୍ଭବ ।