୧୯ ତାରିଖରେ ପାଗ ମେଘୁଆ ରହିବ, ଯେମିତି କି ପୁରୀ, କେନ୍ଦ୍ରାପଡା, ଗଜପତି, ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲ୍ଲା ମାନଙ୍କରେ ହାଲୁକା ବର୍ଷା ରହିଥିବାବେଳେ ଗୋଟେ ୨ ଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ଅଛି । ୨୦ ତାରିଖରେ ବର୍ଷା ଲାଗି ରହିବ । କୋଷ୍ଟଲ ଓଡ଼ିଶାର କିଛି ଅଞ୍ଚଳମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଅଛି । ୨୧ ତାରିଖରେ ହାଲୁକାରୁ ଅତ୍ୟନ୍ତ ହାଲୁକା ବର୍ଷା ହେବାର ଅଛି । ପାଗ ମେଘୁଆ ଥିବାରୁ ଗୋଟେ କିମ୍ବା ୨ ଟି ସ୍ଥାନରେ ହାଲୁକା କୁହୁଡି ଦେଖାଯିବ । ଗତ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢ଼ିଛି । ଆଗାମୀ ୪୮ ଘଣ୍ଟା ଭିତରେ ଆହୁରି ୨ ରୁ ୩ ଡିଗ୍ରୀ ଖସିବ ପାରଦ । ପରେ ତାପମାତ୍ରା ନର୍ମାଲ ରହିବ । ଆଗାମୀ ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରା ୭.୨ ରାଉରକେଲାରେ ଦେଖା ଯାଇଥିଲା । ଝାରସୁଗୁଡ଼ା ୮.୬ ସୁନ୍ଦରଗଡ ୮.୧ , ଫୁଲବାଣୀ ଓ ବୌଦ୍ଧ ରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦକ୍ଷିଣ ବଙ୍ଗୋସାଗରରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ପ୍ରଭାବରେ ୧୯ ରୁ ୨୨ ରାଜ୍ୟରେ ବର୍ଷା ସମ୍ଭାବନା ଥିବାରୁ ଅମଳ ସମୟ ହୋଇ ଥିବାରୁ ଚାଷୀଙ୍କୁ ସତର୍କ କରିଛି ପାଣିପାଗ ବିଭାଗ ।
ଆହୁରି ପଢନ୍ତୁ ପାଣିପାଗ ଖବର...