-ଶୀତଦିନେ ଶରୀରରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟା ବଢ଼ିଯାଇଥାଏ। ଏହା ପ୍ରାୟତଃ ଶରୀରରେ ଭିଟାମିନ ଡି ଅଭାବରୁ ହୋଇଥାଏ। ଏହାର ଅଭାବ କମାଇବା ପାଇଁ ଆପଣ ଶୀତଦିନେ କିଛି ସମୟ ସକାଳ କଅଁଳ ଖରାରେ ବସନ୍ତୁ।
-ଏହାସହ ଡାଏଟରେ ଭିଟାମିନ ଡି ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ମଶୃମ, ଅଣ୍ଡା ଏବଂ ମାଛରେ ଭରପୁର ମାତ୍ରାରେ ଭିଟାମିନ ଡି ରହିଛି। ଏହି ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଭିଟାମିନ ଡିର ଅଭାବକୁ ପୂରଣ କରିଥାଏ।
-ଶୀତଦିନେ ନିହାତି ଭାବେ ଏକ୍ସରସାଇଜକୁ ଆଡ କରନ୍ତୁ। ଏହାଦ୍ବାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। କିଛି ସମୟ ଓ୍ବାର୍କଆଉଟ କରିବା ଭଲ। ଏହା କରିବା ଦ୍ବାରା ମଧ୍ୟ ଜଏଣ୍ଟ ପେନ କମିବାସହ ଆପଣଙ୍କ ଶରୀରକୁ ରିଲାକ୍ସ ଫିଲ ହେବ।
-ଶୀତଦିନେ ଉଷୁମ ପାଣିର ବ୍ୟବହାର କରନ୍ତୁ। ଏହା ଯନ୍ତ୍ରଣା ପାଇଁ ରାମବାଣ ଭଳି କାର୍ଯ୍ୟ କରିବ। ରାତିରେ ସବୁବେଳେ ଶୋଇବା ପୂର୍ବରୁ ନଖ ଉଷୁମ ପାଣିରେ କିଛି ଲୁଣ ପକାଇ ପାଦକୁ ବୁଡ଼ାନ୍ତୁ। ଦେଖିବେ ରିଲାକ୍ସ ଫିଲ ହେବ। ସକାଳକୁ ଉଠିଲାବେଳକୁ ପାଦରେ ଯନ୍ତ୍ରଣା କେତେକାଂଶରେ ଭଲ ହୋଇଯିବ। ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ।
-ଶୀତଦିନେ ଜଏଣ୍ଟ ପେନ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ଅଦାର ସେବନ କରନ୍ତୁ। ଏହା ଆପଣଙ୍କୁ ଉପଶମ ଦେବ। ଏହାକୁ ଖାଇବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ କରିଥାଏ। ଯାହା ଯନ୍ତ୍ରଣାର ମୁକ୍ତି ଦେଇଥାଏ।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।