ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ବିଜେଡି ରାଜନୀତି । ମହିଳା ଜଣକ କାନ୍ଦିକାନ୍ଦି କୋହୁଛନ୍ତି ମୋର ମୃତ୍ୟୁପାଇଁ କେବଳ ବାପି ବାବୁ ହିଁ ଦାୟୀ । କିନ୍ତୁ କାହିଁକି ବିଜେଡି ବିଧାୟକ ତାଙ୍କ ମୃତ୍ୟୁ ପାଇଁ ଦାୟୀ ହେବେ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ସତ ହେଲେ ଉତ୍ତର ମିଳିପାରୁନି । ହେଲେ ଅଭିଯୋଗ ଅନୁସାରେ, ଚାନ୍ଦବାଲି ବିଜେଡି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କୁ ନେଇ ଏବେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଏ ମହିଳା ଜଣକ ।
କେତେବେଳେ କରୋନା ନିୟମକୁ ଫୁ କରି ଚର୍ଚ୍ଚାକୁ ଆସିଛନ୍ତି ତ ପୁଣି କେତେବେଳେ ନିଜ ପରିବାରକୁ ନେଇ । ହେଲେ ଏବେ ପୁଣି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁଙ୍କ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ମାନସୀ କିଛି କହିଥିବାର ନଜର ଆସିଛନ୍ତି । ସେ କହିଛନ୍ତି, ମୋର ଯଦି ମୃତ୍ୟୁ ହୋଇଯାଏ ତାହେଲେ ଏପାଇଁ ବାପି ରାୟ ଏବଂ ମୋ ସ୍ୱାମୀ ରଞ୍ଜନ ସାହୁ ଦାୟୀ ରହିବେ ବୋଲି କହିଛନ୍ତି ।
ସେ ଭିଡିଓରେ ମାନସୀ ଏକ ହସପିଟାଲ ବେଡରେ ଥିବା ଦେଖିବାକୁ ମିଳୁଛି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ସମସ୍ତେ ବାପି ରାୟ ବୋଲି ଜାଣନ୍ତି । ସେହିପରି ରଞ୍ଜନ ସାହୁ ହେଉଛନ୍ତି ମାନସୀଙ୍କ ସ୍ୱାମୀ । ବିଜେଡି ନେତା ରଂଜନ ସାହୁ ଏବେ ଭଦ୍ରକ ଜିଲ୍ଲା ୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି । ତେବେ ମାନସୀ ନିଜ ସ୍ୱାମୀ ଓ ସ୍ଥାନୀୟ ବିଧାୟକଙ୍କ ନାଁରେ ଏପରି କାହିଁକି କହିଲେ, ସେ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଗୋଟିଏ ପଟେ ଏହି ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା ଯୋର ଚାଲିଥିବା ବେଳେ, କୁହାଯାଉଛି ମାନସୀ ନିଜେ ହିଁ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ଯଦି ଏପରି କହୋଇଥାଏ, ତାହାଲେ କାହିଁକି ମାନସୀ ଏଭଳି ଭିଡିଓ ପୋଷ୍ଟ କଲେ ? ଏହାକୁ ନେଇ ଚାନ୍ଦବଲି ନିର୍ବାଚନ ମଣ୍ଡଳୀରେ ନାନା କଥା ଶୁଣିବାକୁ ମିଳୁଛି । ଏନେଇ ମାନସୀଙ୍କ ସ୍ୱାମୀ ରଂଜନ ସାହୁ, ବିଧାୟକ ବ୍ୟୋମକେଶଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।