ସୁନା ଅଳଙ୍କାରକୁ ଏବେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ନିବେଶ କରାଯାଉଛି। ସେଥିପାଇଁ ସୁନା କିଣିବା ପୂର୍ବରୁ ଏହିସବୁ ବିଷୟରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ପ୍ରଥମେ ସୁନାର ଶୁଦ୍ଧତା ଦେଖିକି କିଣନ୍ତୁ।
୨୪ କ୍ୟାରେଟ ସୁନା ହେଉଛି ସବୁଠୁ ଶୁଦ୍ଧତାମୂଳକ ସୁନା। ଆଉ ଗୋଟିଏ କଥା ହେଉଛି ସୁନା କିଣିବା ପୂର୍ବରୁ ହଲମାର୍କ ଦେଖିକି କିଣନ୍ତୁ। ସୁନା କିଣିଲାବେଳେ ଓଜନ ସଠିକ ଭାବେ କରିନିଅନ୍ତୁ। ସୁନା କିଣିଲାବେଳେ ମେକିଂ ଚାର୍ଜ ପ୍ରତି ମଧ୍ୟ ଧ୍ୟାନ ରଖନ୍ତୁ। ଯଦି ଆପଣ ସୁନା କିଣୁଛନ୍ତି ତାହାଲେ ଏହାର ପ୍ୟାକେଜିଙ୍ଗ ପ୍ରତି ବି ବିଶେଷ ଧ୍ୟାନ ରଖନ୍ତୁ। କିଣିଲାବେଳେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆପଣ ଠକାମୀର ଶିକାର ହୋଇପାରନ୍ତି।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର