ସ୍କିନରେ ଆପଣ ଯେତେପ୍ରକାର କସମେଟିକ ଲଗାନ୍ତୁ ନା କାହିଁକି ଏଜିଙ୍ଗ ସମସ୍ୟାକୁ କୌଣସି କ୍ରିମ ବି ଦୂର କରିପାରିବନି। କିନ୍ତୁ ଆପଣ ୩୦ବର୍ଷ ପରେ କିଛି ଏମିତି ଖାଦ୍ୟକୁ ଆପଣଙ୍କ ଡାଏଟରେ ସାମିଲ କରନ୍ତୁ ଯାହା ଆପଣଙ୍କୁ ଆଣ୍ଟି ଏଜିଙ୍ଗରେ ସାହାଯ୍ୟ କରିବ।
କିଓ୍ବି ଭିଟାମିନ ସି'ରେ ଭରପୁର। ଆପଣ ଯଦି ନିୟମିତ କିଓ୍ବି ଖାଉଛନ୍ତି ଏହା ଆପଣଙ୍କ ସ୍କିନକୁ ଟାଇଟ ରଖିବ। ଏଜିଙ୍ଗ ସମସ୍ୟା ହେବନି।
କଦଳୀ ଖାଇବା ଦ୍ବାରା ଶରୀରରେ ସ୍ବାସ୍ଥ୍ୟବର୍ଦ୍ଧକରେ ସାହାଯ୍ୟ କରିଥାଏ। କଦଳୀ ସ୍କିନ ପାଇଁ ବର୍ଦାନ କହିଲେ ଭୂଲ ହେବନି। କାରଣ କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ ଏବଂ ମାଗ୍ନେସିୟମ ରହିଛି। ଏହା ଆଣ୍ଟିଏଜିଙ୍ଗ ପାଇଁ ଆପଣ ରାମବାଣ କହିପାରିବେ। ଏହା ତ୍ବଚାରେ ଥିବା କୋଷିକା କଣିକାକୁ ହାଇଡ୍ରେଟ ରଖିଥାଏ।
ସେହିପରି ପାଚିଲା ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ରିଙ୍କଲ୍ସ ଆସିବାକୁ ଦିଏନି। ଆଉ ପାଚିଲା ଅମୃତଭଣ୍ଡା ଖାଇଲେ ଝିଅମାନଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ହୁଏନାହିଁ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର