ମାଙ୍କ ପୁଜାର୍ଚ୍ଚନାରେ ବିଭୋର ହୋଇ ପାରମ୍ପରିକ ବାଦ୍ୟ ମାଦଲ ବଜାଇ ଭକ୍ତିରେ ନାଚଗୀତରେ ମସଗୁଲ ହୋଇଥାନ୍ତି। ଏହା ସହିତ କଳାକାର ନିଜର କଳା ପରିବେଷଣ ପରେ ବେଶ ଉପଭୋଗ କରିଥାଏ। ଏଠାକୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରୁ ନୁହେଁ ଏହି ଅଂଚଳ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଶତାଧିକ ମାଦଲ ଧରି ଆଦିବାସୀ ସଂପ୍ରଦାୟର ଲୋକ ଆସି କଳା ପ୍ରଦର୍ଶନ କରିଥାନ୍ତି। ମାଁ ପାଖରେ ଯିଏ ଯାହା ମାଗିଥାଏ ତାହା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ଚଳିତ ପୂଜାରେ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇେଇ ଆଦିବାସୀଙ୍କ ସହ ପୂଜାର ମଜା ।
ଆଦିବାସୀଙ୍କ ବିଭିନ୍ନ ପୂଜା ମଧ୍ଯରେ ମୁଖ୍ୟ କରମସାନୀ ପୂଜା। ଏହି ପୂଜା ଆସିଲେ ଆଦିବାସୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ଉତ୍ସାହର ମାହୋଲ। ପାରମ୍ପରିକ ନୀତିରେ ପୂଜା କରିବା ସହ କରମା ଠାକୁରଙ୍କୁ ଶୋଭାଯାତ୍ରାରେ ନେଇ ବିସର୍ଜନ କରିବାର ପ୍ରଥା ମଧ୍ୟ ରହିଛି। ଏହି ଐତିହାସକ କରମା ପୂଜା ଆଦିବାସୀ ସଂପ୍ରଦାୟର ଲୋକମାନଙ୍କ ମନରେ ଭକ୍ତି ଓ ଶ୍ରଦ୍ଧା ଆଣି ଦେଇଥାଏ।
ଅଧିକ ପଢ଼ନ୍ତୁ ଓଡିଶା ଖବର: