ଯେତେବେଳେ ଶରୀରରେ ୟୁରିକ୍ ଏସିଡ୍ ର ପରିମାଣ ବଢିବାରେ ଲାଗେ ଏହା ଶରୀରର ଅନ୍ୟ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇବା ଆରମ୍ଭ କରେ । ବିଶେଷକରି ୟୁରିକ୍ ଏସିଡ୍ ର ପରିମାଣ ଵଢିଲେ ଆପଣଙ୍କର ଶରୀର ଫୁଲା, ଗଣ୍ଠି ଯନ୍ତ୍ରଣା, କିଡନୀ ରୋଗ ଏବଂ ମୋଟାପଣ ଭଳି ଅନେକ ସମସ୍ୟାର ଶିକାର ହୋଇପାରନ୍ତି । ଏପରି ପରିସ୍ଥିତିରେ ଔଷଧ ବ୍ୟତୀତ ଆପଣ ଚାହିଁଲେ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ଘରୋଇ ଉପଚାର ମଧ୍ୟ ଚେଷ୍ଟା କରିପାରିବେ
ୟୁରିକ୍ ଏସିଡ୍ କେତେ ରହିବା ଉଚିତ୍ :-
ଆମ ଶରୀରରେ ୟୁରିକ୍ ଏସିଡ୍ ପୂର୍ବରୁ ଉପସ୍ଥିତ ଅଛି ୩.୫ ରୁ ୭.୨ ମିଗ୍ରା ପର୍ଯ୍ୟନ୍ତ । ଯଦି ଏହି ପରିମାଣରରୁ ୟୁରିକ୍ ଏସିଡ୍ ଅଧିକ ହୁଏ ତେବେ ଏହାକୁ ଉଚ୍ଚ ୟୁରିକ୍ ଏସିଡ୍ ସମସ୍ୟା କୁହାଯାଏ । ଶରୀରରେ ଥିବା ପ୍ୟୁରିନ୍ ନାମକ ପ୍ରୋଟିନ୍ ଭାଙ୍ଗିବା ଦ୍ୱାରା ୟୁରିକ୍ ଏସିଡ୍ ସୃଷ୍ଟି ହୁଏ । ଶରୀରରେ ୟୁରିକ୍ ଏସିଡ୍ ର ଅତ୍ୟଧିକ ବୃଦ୍ଧିକୁ ଏଡାଇବା ପାଇଁ ସେହି ଜିନିଷଗୁଡିକ ଖାଇବା ଠାରୁ ଦୂରେଇ ରହିବା ଉଚିତ ଯେଉଁଥିରେ ଅଧିକ ପରିମାଣର ପ୍ୟୁରିନ୍ ଥାଏ ।
ପିଆଜ ଲାଭଦାୟକ :-
ଅନେକ ଲୋକଙ୍କର ଖାଇଵା ଵେଳେ ପିଆଜ ନିହାତି ଆଵଶ୍ୟକ ନହେଲେ ସେମାନଙ୍କୁ ଖାଇଵାକୁ ଭଲ ଲଗିନଥାଏ ।କିନ୍ତୁ ଆପଣ ଜାଣନ୍ତି କି ଖାଦ୍ୟର ସ୍ୱାଦ ବଢାଇବା ବ୍ୟତୀତ ପିଆଜ ବଢୁଥିଵା ୟୁରିକ୍ ଏସିଡକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ ହୋଇଥାଏ । ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ଶରୀରର ମେଟାବୋଲିଜିମ୍ ଠିକ୍ ରହିବା ଆବଶ୍ୟକ। ଏହା ଓଜନକୁ ନିୟନ୍ତ୍ରଣରେ ରଖିବ ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ ଶୀଘ୍ର ବାହାର କରିଦେଵ । ପିଆଜରେ ଫୋଲେଟ୍, ମ୍ୟାଗ୍ନେସିୟମ୍, ଫସଫରସ୍, ଭିଟାମିନ୍ ଏ, ସି ଏବଂ ଇ ଭରପୂର ଅଛି । ଏହା ସହିତ ଏହାର ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ମଧ୍ୟ ଅଛି ।ଏହି ସମସ୍ତ ଗୁଣ ମେଟାବୋଲିଜିମ୍ ବୃଦ୍ଧି କରି ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ
ଏହିପରି ଖାଆନ୍ତୁ ପିଆଜ :-
ପିଆଜ ଏକ ପ୍ୟୁରିନ ଜାତୀୟ ଖାଦ୍ୟ ଏହା ୟୁରିକ୍ ଏସିଡ୍ ସ୍ତରକୁ କମାଇଵାରେ ସାହାଯ୍ୟ କରିଥାଏ । ଯଦି ଆପଣ ବଢୁଥିଵା ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି ତେବେ କଞ୍ଚା ପିଆଜ ଖାଇବା ଆପଣଙ୍କ ପାଇଁ ଭଲ ହେବ । ଆପଣ ଏହାକୁ ସାଲାଡ ଭାବରେ ବ୍ୟବହାର କରିପାରିବେ। ଏହା ସହିତ ଖାଲି ପେଟରେ ପିଆଜ ରସ ପିଇବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ