ଦିନକୁ ଦିନ ବଢିବାରେ ଲାଗିଛି ତାତି । ବାହାରକୁ ବାହାରିବା ବି ମୁସ୍କିଲ ହୋଇ ପଡୁଛି । ଏହି ସମୟରେ ସମସ୍ତେ ଡିହାଇଡ୍ରେସନ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ନିଶ୍ଚିତ ଦରକାର । କାରଣ ପ୍ରବଳ ଖରା ଯୋଗୁଁ ଝାଳ ବାହାରିବା ଦ୍ବାରା ଦେହରୁ ଜଳୀୟ ଅଂଶ କମି ଯାଇଥାଏ । ସେଥିପାଇଁ ପ୍ରତ୍ୟେକ ଦିନ ୮ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଦରକାର । ପାଣି ପିଇବା ଦ୍ବାରା କିଡନୀ ଷ୍ଟୋନ ଜନିତ ସମସ୍ୟା ଦୂର ହୋଇଥାଏ ।
ଅଧିକ ପଢନ୍ତୁ : ଖରା ଦିନରେ ନିଜ ଶରୀରକୁ ହାଇଡ୍ରେଟ୍ କେମିତି ରଖିଵେ ?
ପ୍ରତ୍ୟେକ ଦିନ ଆପଣ ବାହାରକୁ ବାହାରିବା ସମୟରେ ଛତା , ସହ ପାଣି ବୋତଲ ନିଶ୍ଚିନ୍ତ ନିଅନ୍ତୁ । ଆଉ ବ୍ୟସ୍ତ ଭିତରେ ନିଜର ପାଣି ପିଇବା କଥା ଆଦୌ ଭୁଲନ୍ତୁ ନାହିଁ ।