ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ
କ୍ଷୀର ଓ କଦଳୀ ମିଶ୍ରଣ ହେଉଛି ଏକ ଲୋକପ୍ରିୟ ଖାଦ୍ୟ ଏହାକୁ ସମସ୍ତେ ପସନ୍ଦ କରିଥାନ୍ତି । ଡକ୍ଟରଙ୍କ କହିବାନୁସାରେ କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଏବଂ ଅତ୍ୟାବଶ୍ୟକ ଭିଟାମିନ୍ ଭଲ ସନ୍ତୁଳନ ଯୋଗାଇଥାଏ । କଦଳୀରେ ପୋଟାସିୟମ୍, ଭିଟାମିନ୍ ବି 6 ଏବଂ ଫାଇବରରେ ଭରପୂର ଥିବାବେଳେ କ୍ଷୀର କ୍ୟାଲସିୟମ୍ ଏବଂ ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ । ଏହାକୁ ମିଶାଇ ଖାଇବା ଶରୀରର ପାଇଁ ବହୁତ ଭଲ ହୋଇଥାଏ ।
ଏହାକୁ କିପରି ଖାଇବା ଉଚିତ୍?
ଡାକ୍ତରମାନେ କହିଛନ୍ତି ଯେ ଆମେ ସମସ୍ତେ ଜାଣୁ ଯେ କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ, ତେଣୁ ଆପଣଙ୍କ ଶରୀର ଯଦି ହଜମ କରିପାରୁଥିବ ତେବେ କୌଣସି ଅସୁବିଧା କିମ୍ବା କ୍ଷତି ନାହିଁ, ସେଗୁଡ଼ିକୁ ଏକାଠି ଖାଆନ୍ତୁ । ସେହି ସମୟରେ ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏହାକୁ ଏକାଠି ଖାଇବା କିଛି ସମସ୍ୟା ସୃଷ୍ଟି କରୁଛି ତେବେ ଅଲଗା ଖାଆନ୍ତ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...