ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିଶୁଙ୍କ ଅଶ୍ଳୀଳ ଭିଡିଓ ରଖିବା ଓ ଦେଖିବା ଅପରାଧ । ଏଥିପାଇଁ ପକସୋ ଆଇନ ଅନୁଯାୟୀ ଅଭିଯୁକ୍ତମାନେ ଦଣ୍ଡିତ ହେବେ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ମାଡ୍ରାସ ହାଇକୋର୍ଟ ଏକ ରାୟରେ କହିଥିଲେ ଯେ, ଶିଶୁଙ୍କ ଅଶ୍ଳୀଳ ଭିଡିଓ ଦେଖିବା ଓ ଡାଉନଲୋଡ୍ କରିବା ଅପରାଧ ନୁହେଁ । ଏହାକୁ ଚ୍ୟାଲେଂଜ କରି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ଖାରଜ କରିଛନ୍ତି । ଏଥିସହ ସଂସଦରେ ପକସୋ ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ଶିଶୁଙ୍କ ଅଶ୍ଳୀଳ ଭିଡିଓକୁ ଶିଶୁ ଯୌନ ନିର୍ଯାତନା ଓ ଶୋଷଣ ସମ୍ବନ୍ଧୀୟ ବସ୍ତୁ ନାମରେ ନାମିତ କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଆମେ ଆଗରୁ ଜାଣିଛନ୍ତି ଯେ କ୍ଷୀର ଓ କଦଳୀ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦୁଇଟି ଏମିତି ଖାଦ୍ୟ ପଦାର୍ଥ ଯାହା ମିଶାଇକି ଖାଇଲେ ଶୀଘ୍ର ଓଜନ ବଢିଇବା ସହ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ଦିନସାରା ସତେଜ ରହିଥାଏ ।କିନ୍ତୁ ଅନେକ ଲୋକ କୁହନ୍ତି ଯେ କଦଳୀକୁ କ୍ଷୀର ସହିତ ଖାଇବା ଉଚିତ ନୁହେଁ ଏହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ ।
ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ
କ୍ଷୀର ଓ କଦଳୀ ମିଶ୍ରଣ ହେଉଛି ଏକ ଲୋକପ୍ରିୟ ଖାଦ୍ୟ ଏହାକୁ ସମସ୍ତେ ପସନ୍ଦ କରିଥାନ୍ତି । ଡକ୍ଟରଙ୍କ କହିବାନୁସାରେ କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଏବଂ ଅତ୍ୟାବଶ୍ୟକ ଭିଟାମିନ୍ ଭଲ ସନ୍ତୁଳନ ଯୋଗାଇଥାଏ । କଦଳୀରେ ପୋଟାସିୟମ୍, ଭିଟାମିନ୍ ବି 6 ଏବଂ ଫାଇବରରେ ଭରପୂର ଥିବାବେଳେ କ୍ଷୀର କ୍ୟାଲସିୟମ୍ ଏବଂ ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ । ଏହାକୁ ମିଶାଇ ଖାଇବା ଶରୀରର ପାଇଁ ବହୁତ ଭଲ ହୋଇଥାଏ ।
ଏହାକୁ କିପରି ଖାଇବା ଉଚିତ୍?
ଡାକ୍ତରମାନେ କହିଛନ୍ତି ଯେ ଆମେ ସମସ୍ତେ ଜାଣୁ ଯେ କଦଳୀ ଏବଂ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଅନେକ ପୁଷ୍ଟିକର ଲାଭ ମିଳିଥାଏ, ତେଣୁ ଆପଣଙ୍କ ଶରୀର ଯଦି ହଜମ କରିପାରୁଥିବ ତେବେ କୌଣସି ଅସୁବିଧା କିମ୍ବା କ୍ଷତି ନାହିଁ, ସେଗୁଡ଼ିକୁ ଏକାଠି ଖାଆନ୍ତୁ । ସେହି ସମୟରେ ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏହାକୁ ଏକାଠି ଖାଇବା କିଛି ସମସ୍ୟା ସୃଷ୍ଟି କରୁଛି ତେବେ ଅଲଗା ଖାଆନ୍ତ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
ଅର୍ଗସ ବ୍ୟୁରୋ: କଲରା ଖାଇବାକୁ କାହାକୁ ବି ଭଲ ଲାଗେ ନାହିଁ। ତଥାପି କଲରା ଖାଇବାକୁ ଘରେ ସମସ୍ତଙ୍କୁ ବାଧ୍ୟ କରନ୍ତି। କଲରା ମଧୁମେହ ରୋଗୀଙ୍କ ପାଇଁ ଏକ ଔଷଧ ଠାରୁ କମ୍ ନୁହେଁ। ଏହା ଇନସୁଲିନ୍ ସ୍ତରକୁ ନିୟନ୍ତ୍ରଣ କରେ । କଲରା କେବଳ ଆମ ଶରୀର ପାଇଁ ଲାଭଦାୟକ ତାହା ନୁହେଁ , ଏହା କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ? ପ୍ରତିଦିନ କଲରା ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଆପଣ ପେଟ ଯନ୍ତ୍ରଣା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଅତ୍ୟଧିକ କଲରା ଖାଇବା ଠାରୁ ଦୂରେଇ ରୁହନ୍ତୁ ।
ଏହା ଯକୃତ ପାଇଁ କ୍ଷତିକାରକ ହୋଇପାରେ କାରଣ ଏଥିରେ ଲେକ୍ଟିନ୍ ଥାଏ । ପ୍ରତିଦିନ କଲରା ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ଦୂରେଇ ରହିବେ । କଲରା ହେଉଛି ଭିଟାମିନର ଭଣ୍ଡାର । ପ୍ରତିଦିନ କଲରା ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ଦୂରେଇ ରହିବେ । କଲରାରେ ଜିଙ୍କ, ଭିଟାମିନ୍ ସି, ପୋଟାସିୟମ୍, ଆଇରନ୍ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିଶ୍ୱ ସୁନ୍ଦରୀ। ଗତ କିଛି ଦିନ ହେବ ଅଭିନେତ୍ରୀଙ୍କ ଲାଇଫରେ ଅନେକ କିଛି ଚାଲିଛି। ଜୁଆଡେ ବି ଯାଅ ସେହି ଗୋଟିଏ ପ୍ରଶ୍ନକୁ ନେଇ ଆଲୋଚନା। ସତରେ କଣ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଡିଭୋର୍ସ ହେଉଛି କି। କିନ୍ତୁ ଐଶ୍ୱର୍ଯ୍ୟାଙ୍କ ପାଇଁ ଦୀର୍ଘ ୨ ଦିନ ପର୍ଯ୍ୟନ୍ତ ଶୋଇପାରିନଥିଲେ ଅମିତାଭ ବଚ୍ଚନ। ଏଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି କରିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିକଟରେ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଯଥା SIIMA 2024 ରେ ଯୋଗ ଦେଇଥିଲେ। ଅମିତାଭ ବଚ୍ଚନ ଐଶ୍ୱର୍ଯ୍ୟା ରାୟଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ୨୦୦୩ରେ ଘଟିଥିବା ଦୁର୍ଘଟଣା ପରେ ଅମିତାଭ ବହୁତ ନର୍ଭସ ଥିଲେ, ଯେତେବେଳେ ଐଶ୍ୱର୍ଯ୍ୟା ‘ଖାକି’ର ସୁଟିଂ ସମୟରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ବିଗ ବି କହିଥିଲେ। ‘ମୁଁ ଦୁଇ ରାତି ଶୋଇ ପାରିଲି ନାହିଁ। କାରଣ ଦୁଘଁଟଣାଟଇ ତାଙ୍କ ଆଖଇ ଆଗରେ ଘଟିଥିଲା। କାକଟସ କଣ୍ଟା ତାଙ୍କ ପିଠିରେ କ୍ଷତ କରିଥିଲା । ତାଙ୍କ ଗୋଡ଼ର ପଛ ଭାଗରେ ଥିବା ହାଡ ଭାଙ୍ଗି ଯାଇଥିଲା। ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ ଆଘାତକୁ ସାମାନ୍ୟ ବୋଲି ବର୍ଣ୍ଣନା କରାଯାଇଥିଲା।
ଐଶ୍ୱର୍ଯ୍ୟା ରାୟ, ଅମିତାଭ ବଚ୍ଚନ ଏବଂ ଅକ୍ଷୟ କୁମାର ୨୦୦୩ରେ ନାଶିକ ନିକଟରେ ‘ଖାକି’ ଚଳଚ୍ଚିତ୍ରର ସୁଟିଂ କରୁଥିଲେ। ଏହି ଶୁଟିଂ ସମୟରେ ଐଶ୍ୱର୍ଯ୍ୟା ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ, ଯାହା ସମଗ୍ର କାଷ୍ଟ ଏବଂ କ୍ରୁଙ୍କୁ ଥରାଇ ଦେଇଥିଲା। ଅତ୍ୟଧିକ ଦ୍ରୁତ ଗତିରେ ଗାଡି ଚଳାଉଥିବା ଜଣେ ଷ୍ଟଣ୍ଟମ୍ୟାନ ନିୟନ୍ତ୍ରଣ ହରାଇଲେ। କାର ଐଶ୍ୱର୍ଯ୍ୟାଙ୍କ ଚେୟାରକୁ ଧକ୍କା ଦେଇଥିଲା। ଏହି ଗାଡିରେ ତୁଷାର କପୁର ମଧ୍ୟ ଧକ୍କା ହୋଇଥିଲେ। ପରିସ୍ଥିତି ଏତେ ଗମ୍ଭୀର ଥିଲା ଯେ ଅକ୍ଷୟ କୁମାରଙ୍କୁ ଆଗକୁ ଆସିବାକୁ ପଡ଼ିଲା। ଐଶ୍ୱର୍ଯ୍ୟାଙ୍କୁ କାରରୁ ଉଠାଇବାକୁ ପଡିଲା ଏବଂ ପରେ ଅଭିନେତ୍ରୀଙ୍କୁ ଶୀଘ୍ର ଡାକ୍ତରଖାନା ନେବାକୁ ପଡିଲା।
ଅମିତାଭ ବଚ୍ଚନ ସେତେବେଳେ ଅଭିନେତ୍ରୀଙ୍କ ଶ୍ୱଶୁର ହୋଇନଥିଲେ, କିନ୍ତୁ ଏକ ଦୁର୍ଘଟଣାର ଗଣମାଧ୍ୟମ ଖବର ତାଙ୍କୁ ବହୁତ ଚିନ୍ତାରେ ପକାଇଥିଲା। କାରଣ ଗଣମାଧ୍ୟମ ଏହାକୁ ସାମାନ୍ୟ ବୋଲି କହୁଥିଲା। ରେଡିଫଙ୍କ ସହ କଥାବାର୍ତ୍ତା ବେଳେ ଅମିତାଭ ଏହି ଘଟଣା ବିଷୟରେ କହିଥିଲେ। ବିଗ ବି କହିଥିଲେ- ‘ଘଟଣା ପରେ ମୁଁ ଐଶ୍ୱର୍ଯ୍ୟାଙ୍କ ମାଙ୍କୁ ପଚାରିଲି,’ ସେ ନିଜ ଝିଅକୁ ମୁମ୍ବାଇକୁ ନେବାକୁ ଚାହୁଁଛନ୍ତି କି? ’ ତାଙ୍କ ହଁ ପରେ କିଛି ଘଣ୍ଟା ମଧ୍ୟରେ ବ୍ୟବସ୍ଥା କରାଯାଇଥିଲା।
ବିଗ୍ ବି କହିଥିଲେ, ‘ଆମେ ଏକ ଘରୋଇ ବିମାନର ବ୍ୟବସ୍ଥା କରିଛୁ।
ନାଶିକରେ ରାତିରେ ଅବତରଣ ସୁବିଧା ନ ଥିବାରୁ ଡାକ୍ତରଖାନାଠାରୁ ୪୫ମିନିଟ ଦୂରରେ ଥିବା ସାମରିକ ବେସରେ ବିମାନ ଅବତରଣ କରିବାକୁ ଆମକୁ ଦିଲ୍ଲୀରୁ ଅନୁମତି ନେବାକୁ ପଡିଥିଲା। ବିମାନରୁ ଦୁର୍ଘଟଣା ଏବଂ ଐଶ୍ୱର୍ଯ୍ୟାଙ୍କ ଆଘାତ କିପରି ତାଙ୍କ ମନକୁ ଗଭୀର ଭାବେ ପ୍ରଭାବିତ କରିଥିଲା ବୋଲି ସେ ମଧ୍ୟ କହିଥିଲେ। ଏହି ଘଟଣାର ୪ବର୍ଷ ପରେ ଐଶ୍ୱର୍ଯ୍ୟା ରାୟ ୨୦ଏପ୍ରିଲ ୨୦୦୭ରେ ବଚ୍ଚନ ପରିବାରର ’ବୋହୂ’ ହୋଇଥିଲେ।ଏହାସହ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଏହି ପରିବାର ଭିତରେ କିଛି ବି ଠିକ ନାହିଁ। ଏବଂ ଅଭିଷେକ ଏବଂ ଐଶ୍ୱ ର୍ଯ୍ୟା ଖୁବ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: