-ଆପଣ ଯଦି ହୋଟେଲ ଯାଇଛନ୍ତି ତେବେ ମେନୁ କାର୍ଡକୁ ଯଦି ଆପଣ ପଢ଼ିପାରୁନାହାନ୍ତି ଆପଣଙ୍କୁ ଯଦି ଦୂରରୁ ମେନୁ କାର୍ଡ ପଢ଼ିବାକୁ ପଡ଼ୁଛି
- ଆପଣ ଯଦି ମୋବାଇଲ ଅକ୍ଷରକୁ ପଢ଼ିବାକୁ ଆପଣଙ୍କୁ ଅଧିକ ଜୁମ କରିବାକୁ ପଡ଼ୁଛି
-ଆପଣ ଯେତେବେଳେ ଯଦି କୌଣସି ଶବ୍ଦ ପଢ଼ିବାକୁ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡ଼ୁଛି ଆଉ ଆପଣ ଚେଷ୍ଟା କରିଲେ ବି ଆପଣଙ୍କୁ ଦେଖାଯାଉନି
-ଯଦି ଆପଣ ପଢ଼ୁଛନ୍ତି ତ ଆପଣଙ୍କ ଆଖି ବ୍ଲର ହେଉଯାଉଛି ତେବେ ସମସ୍ୟା ରହିଛି
-ଆପଣ ଫୋକସ କରିବାରେ ଯଦି ସମସ୍ୟା ହେଉଛି
-ପଢ଼ିଲାପରେ ଯଦି ଆପଣଙ୍କ ଆଖିରୁ ପାଣି ବାହାରିବା ସହ ଯଦି ମୁଣ୍ଡ ବିନ୍ଧେ
କିଭଳି ନେବେ ଚକ୍ଷୁର ଯତ୍ନ:
ସ୍ବାସ୍ଥ୍ୟ ସହ ଚକ୍ଷୁର ଯତ୍ନ ନେବାକୁ ଆପଣଙ୍କୁ ଠିକଭାବେ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବାକୁ ପଡ଼ି। ପୋଷକ ତତ୍ତ୍ବରେ ଭରପୁର ଖାଦ୍ୟ ଖାଆନ୍ତୁ। ଉତ୍ତମ ଡାଏଟ ଫଲୋ କରନ୍ତୁ। ଲୋ-ଫ୍ୟାଟ ଖାଦ୍ୟ ଖାଆନ୍ତୁ। ଡାଏଟରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଏବଂ ମିନେରାଲକୁ ସାମିଲ କରନ୍ତୁ। ଏହା ଆପଣଙ୍କ ଆଖି ପାଇଁ ଫଳପ୍ରଦ। ଖାଦ୍ୟରେ ପାଳଙ୍ଗ ଶାଗ, ଚୁନା ମାଛ, କମଳା, ସବୁଜ ପରିବାକୁ ସାମିଲ କରନ୍ତୁ।
ନିଶା ସେବନରୁ ଦୂରରେ ରୁହନ୍ତୁ। ଧୂମ୍ରପାନ ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ। ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ। ପାଣି ପିଇବା ଦ୍ବାରା ଆଖିରେ ଡ୍ରାଏନେସ ସମସ୍ୟା ଦୂର ହୋଇଥାଏ। ଆଖିକୁ ଆରାମ ମିଳିଥାଏ।
ବେଶୀ ସମୟ ଲାପଟପ ସ୍କ୍ରିନରେ କାମ କରନ୍ତୁ ନାହିଁ। କିଛି ସମୟ କାମ କରିବା ପରେ ଆଖିକୁ ଟିକିଏ ବ୍ରେକ ଦିଅନ୍ତୁ। ପ୍ରତି ଘଣ୍ଟାରେ ୨୦ମିନିଟ ଆଖିକୁ ବ୍ରେକ ଦିନ୍ତୁ। ଏଥିରେ ଆଖିକୁ ଆରାମ ମିଳିଥାଏ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର