ଏହି ଚଟଣୀର ସ୍ଵାଦ ଟିକେ ଖଟା, ମିଠା । ଯାହାକୁ ପରଟା ହେଉ କି ପୁରୀ ସଵୁଥିରେ ଖାଇଵାରିଵେ । ଏହାକୁ ଆପଣ ଅନେକ ଉପାୟରେ ତିଆରି କରି ପାରିଵେ ।
ସପୁରୀ ଚଟଣୀ କିପରି ତିଆରି କରିଵେ :-
ପ୍ରଥମେ ସପୁରୀକୁ ଏକ କଡେଇରେ ପକାଇ କମ୍ ନିଆଁରେ ଭଲ ଭାଵରେ ଦୁଇ ପାଖ ଓଲଟାଇ ଭାଜି ଦିଅନ୍ତୁ । ଭଲଭାଵରେ ଭାଜି ହେଲାପରେ ଏହାକୁ ଗ୍ୟାସ୍ ରୁ ଵାହାର କରି ଥଣ୍ଡା କରନ୍ତୁ । ଏହା ପରେ ଟିକେ ଥଣ୍ଡା ହୋଇଗଲେ ଏହାକୁ ଭଲଭାଵରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ । ଆଉ ଏକ ପ୍ୟାନ ନେଇ ସେଥିରେ କିଛି ସୋରିଷ ତେଲ ଦିଅନ୍ତୁ । ତେଲ ଗରମ ହେଲା ପରେ ସାଥିରେ ଗୋଟା ସୋରିଷ, ଜିରା,ଗୋଲମରିଚ,ମେଥି ପତ୍ର, ଧନିଆ ପତ୍ର ,ଲଙ୍କା ଗୁଣ୍ଡ ,ପକାନ୍ତୁ । ପରେ ଗ୍ରାଇଣ୍ଡ୍ ହୋଇଥିଵା ସପୁରୀ ମିଶାଇ ଚାଟ୍ ମସଲା ଓ ସ୍ଵାଦ ଅନୁସାରେ ଲୁଣ ପକାନ୍ତୁ । ଏହାକୁ ଭଲଭାଵରେ ଗୋଳାଇ ପରସିଦିଅନ୍ତୁ ସପୁରୀ ଚଟଣୀ ।