ଆଜିକା ସମୟରେ ସମସ୍ତ ସୁନ୍ଦର ସ୍ବାସ୍ଥ୍ୟ ଏବଂ ନିଜକୁ ସୁନ୍ଦର ରଖିବାକୁ ଚାହାନ୍ତି। ଶୀତ ଦିନରେ ଶରୀରର ବିଶେଷ ଧ୍ୟାନ ଦେବାକୁ ପଡ଼େ। ଏହି ଦିନରେ ଯେତେ ଘରୋଇ ଉପଚାର କରିହେବ ସେତେ ଭଲ। ଶରୀରକୁ ଗରମ ରଖିବା ପାଇଁ ହଲଦି ଓ୍ବାଲା ଦୁଧ ସେବନ କଲେ ଭଲ। ଏଥିରେ ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ। ଏହି କ୍ଷୀର ସହ ହଳଦି ରାତିରେ ସେବନ କଲେ ବିଭିନ୍ନ ଇନଫେକ୍ସନରୁ ମଣିଷକୁ ରକ୍ଷା କରିଥାଏ।
କ୍ଷୀର ହଳଦିରେ ଥିବା ଉପକାରିତା
-ଏହି କ୍ଷୀର ହଳଦି ରାତିରେ ସେବନ କଲେ ବହୁତ ଉପାଦେୟ ମିଳିଥାଏ। କ୍ଷୀର ହଳଦିରେ ସମ୍ପୁର୍ଣ୍ଣ ଭାବେ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ଥାଏ। ହଳଦିରେ ଥିବା କରକ୍ୟୁମିନ ଆମ ଶରୀରକୁ ଉପକାର ଦେଇଥାଏ।
-କ୍ଷୀରରେ ହଳଦି ମିଶାଇ ପିଇଲେ ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ହାର୍ଟ ଜନିତ ସମସ୍ୟା ମଧ୍ୟ ଦୁର କରିବାରେ ସହାୟକ ହୋଇଥାଏ।
-ଏହା ଶରୀରରେ ଥିବା ହାଡକୁ ମଜଭୁତ କରିଥାଏ। ଏହାକୁ ପ୍ରତିଦିନ ସେବନ କଲେ ଶରୀରରେ ଥିବା ପାଚନ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ବଜାରରୁ ହଳୁଦୀ ନଆଣି ନିଜେ ଘରୋଇ ଉପାୟରେ ହଳଦୀ ଖଣ୍ଡକ ବାଟି ଏହାକୁ କ୍ଷୀରରେ ଗୋଳେଇ ପିଇଲେ ଅଧିକ ଲାଭଦାୟକ। କାରଣ ମାର୍କେଟରେ ଥିବା ହଳଦୀରେ ବିଭିନ୍ନ ପ୍ରକାର କେମିକାଲ ମିଶିଥାଏ। ଯାହା ଶରୀର ପାଇଁ ହାନିକାରକ ହୋଇଥାଏ।
-ହଳଦିରେ ଏତେ ଆକ୍ସିଡାଣ୍ଟ ଗୁଣ ଥାଏ ଯେ, କେଉଁଠି ଖଣ୍ଡିଆ ହୋଇ ରକ୍ତସ୍ରାବ ହେଉଥିଲେ ସେଥିରେ ହଳଦୀର ଲେପ ଦେଲେ ରକ୍ତସ୍ରାବ ବନ୍ଦ ହୋଇଯାଏ। ହଳଦୀ ମସ୍ତିଷ୍କ ଶକ୍ତି ବିକାଶରେ ମଧ୍ୟ ବେଶ ସହାୟକ ହୋଇଥାଏ। ଆଉ ମଧ୍ୟ ହଳଦି ରୁପଚର୍ଯ୍ୟା ପାଇଁ ଏକଦମ ବେଷ୍ଟ ଫର୍ମୁଲା। ଏଥିରେ ଫେସରେ ଗ୍ଲୋ ଆସିଥାଏ।
ପିଇବା ପ୍ରଣାଳୀ
ରାତିରେ ଶୋଇବା ପୂର୍ବରୁ ଏକ ପ୍ୟାନ ଗ୍ୟାସରେ ବସାଇ ସେଥିରେ ଗୋଟିଏ ଗ୍ଲାସ କ୍ଷୀର ଦିଅନ୍ତୁ। ସେଥିରେ ଓ୍ବାନ ଟି-ସ୍ପୁନ ହଳଦି ପକାଇ ଟିକେ ଗରମ ହେବାପରେ କ୍ଷୀରକୁ ଓହ୍ଲାଇ ଦିଅନ୍ତୁ। ଉଷୁମ ଥିବାବେଳେ ଏହାକୁ ପିଅନ୍ତୁ। ଆପଣ ଏଥିରେ ଇଲାଇଚି, ଲବଙ୍ଗ ଏବଂ ଗୋଲମରିଚ ପକାଇପାରିବେ।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।