-ତ୍ବଚା ଏବଂ କେଶରେ ନିମ୍ବ ତେଲ ବ୍ୟବହାର କରିବା ଦ୍ବାରା, ଏହା ତ୍ବଚା ଓ କେଶକୁ କୌଣସି କ୍ଷତି ପହଞ୍ଚାଇ ନଥାଏ ।
-କେଶ ଝଡିବା ସମସ୍ୟା ଥିଲେ, ଏଥିପାଇଁ ସପ୍ତାହରେ ୧ ରୁ ୨ ଥର ନିମ୍ବ ତେଲ ବ୍ୟବହାର କରିବା ଫଳରେ ,କେଶ ଝଡିବା ସମସ୍ୟା କମ୍ ହୋଇଥାଏ । ଏହା ସହିତ ଏହା ରୂପି ହେବାକୁ ଦେଇ ନଥାଏ ।
-କେଶକୁ ଘନ ଏବଂ ମଜବୁତ୍ କରିବାରେ ସାହାଯ୍ୟ କରେ ନିମ୍ବ ତେଲ।
-କେଶ ପାଇଁ ଏକ ଭଲ କଣ୍ଡିସନର ଭଳି କାମ କରେ ନିମ୍ବ ତେଲ ।
-ଶୁଷ୍କ କେଶ ହୋଇଥିଲେ ସପ୍ତାହକୁ ୨ ଥର ନିମ୍ବ ତେଲ ବ୍ୟବହାର କରିବା ଉଚିତ୍ ।
-କେଶ ଫଟା ସମସ୍ୟାକୁ ନେଇ ଚିନ୍ତିତ ଥିଲେ, କେଶରେ ନିମ୍ବ ତେଲ ଲଗାଇ ପାରିବେ ।
-ବ୍ରଣ ସମସ୍ୟାର ସମ୍ମୁଖୀନ କରୁଥିଲେ, ନିମ୍ବ ତେଲ ବ୍ୟବହାର କରି ପାରିବେ ।
-ତ୍ବଚାରେ ଥିବା କଳାଦାଗ ଦୂର କରିବାକୁ ଚାହୁଁଥିଲେ, ଏଥିପାଇଁ ନିମ୍ବ ତେଲ ବହୁତ୍ ଉପକାରୀ ହୋଇଥାଏ ।
-ତ୍ବଚା କୁଣ୍ଡାଇ ହେବା ସମସ୍ୟା ଥିଲେ, ଏଥିପାଇଁ ନିମ୍ବ ତେଲ ଲାଭଦାୟକ ହୋଇଥାଏ । ଏହା ବ୍ୟବହାର କରିବା ଦ୍ବାରା, ଏହା ଏହି ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।
-ତ୍ବଚାରେ ବୟସର ଛାପ ଦେଖା ଦେଉଥିଲେ, ନିମ୍ବ ତେଲ ବ୍ୟବହାର କରି ପାରିବେ । ଏହା ବ୍ୟବହାର କରିବା ଦ୍ବାରା, ଏହା ଏହି ସମସ୍ୟାକୁ କମ୍ କରିବାରେ ସହାୟକ ହୋଇଥାଏ ।