-ପାଚିଲା ଅମୃତଭଣ୍ଡାର ମଞ୍ଜି କାଢି ତାକୁ ଭଲଭାବେ ଚକଟି,ସେଥିରେ ଅଳ୍ପ କଂଚା କ୍ଷୀର ମିଶାଇ ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ କିଛି ସମୟ ପରେ ତ୍ୱଚାକୁ ଧୋଇ ସଫା କରିବେ । ଏହା ତ୍ୱଚାକୁ ପୋଷଣ ଯୋଗାଇଥାଏ ।
-ପ୍ରତିଦିନ ଗୋଧୋଇବା ପୂର୍ବରୁ ଶୁଦ୍ଧ ମହୁ ତ୍ୱଚାରେ ଲଗାଇ, କିଛି ସମୟ ପରେ ଗୋଧୋଇବା ଦ୍ୱାରା, ଏହା ତ୍ୱଚା ପାଇଁ ବେଶ ଉପକାରୀ ।
-ନଖଉଷୁମ୍ ପାଣିରେ ତ୍ୱଚା ଧୋଇ,ମଶ୍ଚରାଇଜିଂ କ୍ରୀମ୍ ଲଗାଇବା ଭଲ ।
-ପାଚିଲା କଦଳୀକୁ ଚକଟି ସେଥିରେ କଂଚା କ୍ଷୀର ମିଶାଇ, ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହି ପେଷ୍ଟକୁ ପ୍ୟାକ୍ ଭଳି ତ୍ୱଚାରେ ୧୫ ରୁ ୨୦ ମିନିଟ ଯାଏ ଲଗାଇ, ଧୋଇବେ । ଏହା ତ୍ୱଚା କଣ୍ଡିସନିଂ ଭଳି କାମ କରେ ।
-ପିସ୍ତାବାଦାମ୍ ଗୁଣ୍ଡ ସହିତ ମହୁ ମିଶାଇ ଲଗାଇବା ଦ୍ୱାରା, ତ୍ୱଚାରେ ଥିବା ଦାଗ,ବ୍ରଣ ଦୂର ହୋଇଥାଏ ।