-ମାର୍କେଟରେ ମିଳୁଥିବା ଆଲୋଭେରା ଜେଲ ଅପେକ୍ଷା ଘରେ ଆଲେଭେରା ଗଛ ଥିଲେ, ସେଥିରୁ ପ୍ରସ୍ତୁତ ଜେଲ ଅଧିକ ଲାଭଦାୟକ ହୋଇଥାଏ ।
-ଫେସଓ୍ବାଶରେ ମୁହଁ ଧୋଇବା ପରେ, ତ୍ବଚାରେ ଅଲୋଭେରା ଲଗାଇବେ । ତାପରେ ତ୍ବଚାକୁ ସଫା ଓଦା କପଡାରେ ସ୍କ୍ରବ କରି ପୋଛିବେ । ଏପରି କରିବା ଦ୍ବାରା, ତ୍ବଚାରୁ ଡେଡ ସ୍କିନ୍ ଦୂର ହୋଇଥାଏ ।
-ମେକଅପ୍ ଛଡାଇବା ପାଇଁ କପଡାରେ ଆଲୋଭେରା ନେଇ ତ୍ବଚାରେ ଲଗାଇ ପୋଛିବେ । ଏପରି କରିବା ଦ୍ବାରା, ତ୍ବଚା କୋମଳ ରହିବା ସହିତ, ଭଲଭାବେ ମେକଅପ୍ ଛାଡିଥାଏ ।
-ତ୍ବଚାରେ ଟ୍ୟାନିଂ ହଟାଇବାକୁ ଚାହିଁଲେ, ଏଥିପାଇଁ ପ୍ରଥମେ ଆଲୋଭେରା ଜେଲକୁ ଫ୍ରିଜରେ ରଖିବେ । ତାପରେ ସେଥିରେ ଗୋଲାପଜଳ ମିଶାଇ ତ୍ବଚାରେ ଲଗାଇ ରାତିରେ ଶୋଇବେ । ସକାଳୁ ପାଣିରେ ତ୍ବଚାକୁ ଧୋଇ ସଫା କରିବେ ।
-ଆଇବ୍ରୋ ଘନ କରିବାକୁ ଚାହୁଁଥିଲେ, ଏଥିପାଇଁ ଆଲୋଭେରା ଜେଲ ବ୍ୟବହାର କରିପାରିବେ ।