ହେଡ୍ ଫୋନ୍ ବ୍ୟବହାର ଆମ ଶରୀର ଉପରେ କ'ଣ ପ୍ରଭାବ ପକାଏ ?
ଯଦି ଜଣେ ବ୍ୟକ୍ତି ଅଧିକ ସମୟ ପାଇଁ ଜୋର୍ ରେ ଭଲ୍ୟୁମ୍ ଦେଇ ଶୁଣେ ତେବେ କାନ ଭିତରେ ଏହା ଖରାପ ପ୍ରଭାବ ପକାଏ । ଶ୍ରବଣ ସ୍ନାୟୁ ଅତି ସମ୍ବେଦନଶୀଳ । ଖୁବ ଜୋର୍ ରେ ଓ ଦୀର୍ଘ ସମୟ ଏଥିରେ ଶୁଣିବା ଦ୍ୱାରା କାନର ପରଦା ଉପରେ ଖରାପ ପ୍ରଭାବ ପକାଏ । ଏମିତିକି ଶ୍ରବଣ ଶକ୍ତି ଚାଲି ଯିବାର ମଧ୍ୟ ଆଶଙ୍କା ଥାଏ । ଶ୍ରବଣ କୋଷ ନଷ୍ଟ ହୋଇପାରେ ।
ହେଡଫୋନ୍ କିମ୍ବା ଇୟରଫୋନର ଅତ୍ୟଧିକ ବ୍ୟବହାରର ପାର୍ଶ୍ୱ ପ୍ରତିକ୍ରିୟା କ'ଣ ....
1. ବଧିରତା
ଇୟରଫୋନ୍ କିମ୍ବା ହେଡଫୋନ୍ ମାଧ୍ୟମରେ ଉଚ୍ଚ ସ୍ୱର ଶୁଣିବା ଆପଣଙ୍କ ଶ୍ରବଣ କ୍ଷମତା ଉପରେ ପ୍ରଭାବ ପକାଇପାରେ । କାନର ଶ୍ରବଣ କ୍ଷମତା କେବଳ 90 ଡେସିବଲ୍ । ହେଲେ ହେଡ୍ ଫୋନ୍ ରେ କ୍ରମାଗତ ଶୁଣିବା ଦ୍ୱାରା ଶ୍ରବଣ କ୍ଷମତା 40-50 ଡେସିବଲ୍ ହ୍ରାସ ପାଇପାରେ ।
2. ହୃଦରୋଗର ଆଶଙ୍କା
ବିଶେଷଜ୍ଞଙ୍କ ଅନୁଯାୟୀ, ଘଣ୍ଟା ଘଣ୍ଟା ହେଡଫୋନ୍ ପିନ୍ଧିବା ଏବଂ ସଙ୍ଗୀତ ଶୁଣିବା କାନ ସହ ହୃଦପିଣ୍ଡ ପାଇଁ ମଧ୍ୟ ଭଲ ନୁହେଁ । ଏହା କେବଳ ହୃଦପିଣ୍ଡକୁ ଶୀଘ୍ର ଆଘାତ କରେ ନାହିଁ , ବରଂ ହୃଦପିଣ୍ଡକୁ ଅନେକ କ୍ଷତି ମଧ୍ୟ କରିଥାଏ ।
3. ମୁଣ୍ଡବିନ୍ଧା
ହେଡଫୋନ୍ କିମ୍ବା ଇୟରଫୋନ୍ ରୁ ବାହାରୁଥିବା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ୱେଭ୍ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ସମସ୍ୟା ଉପୁଜେ । ଅନେକ ଲୋକଙ୍କର ଶୋଇବା ଉପରେ ଏହା ପ୍ରଭାବ ପକାଏ ।
4. କାନ ସଂକ୍ରମଣ
ଇୟରଫୋନ୍ ଗୁଡିକ ସିଧାସଳଖ କାନରେ ରଖାଯାଏ । ଯାହାଦ୍ୱାରା ବାୟୁ ଯିବା ଆସିବାରେ ବାଧା ସୃଷ୍ଟି କରେ । ଆଉ ଏହି ଅବରୋଧ ଦ୍ୱାରା ଜୀବାଣୁ ବୃଦ୍ଧି ସହିତ ବିଭିନ୍ନ ପ୍ରକାରର କାନ ସଂକ୍ରମଣ ବଢିପାରେ ।
5. ଚାପ ଏବଂ ଟେନସନରେ ବୃଦ୍ଧି
ହେଡ ଫୋନ୍ ର ଦୀର୍ଘ ସମୟ ବ୍ୟବହାର ଜଣେ ବ୍ୟକ୍ତିର ସାମାଜିକ ଜୀବନ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ । ବ୍ୟକ୍ତିଟି ଅତ୍ୟଧିକ ଚିନ୍ତା କରେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆକଳନ କରିଛି ଯେ ହେଡଫୋନ୍ କିମ୍ବା ଇୟରଫୋନର ଅତ୍ୟଧିକ ବ୍ୟବହାର ହେତୁ ସମଗ୍ର ବିଶ୍ୱରେ ପ୍ରାୟ 100 କୋଟି ଯୁବକଙ୍କର ଶ୍ରବଣ କ୍ଷମତା ପ୍ରଭାବିତ ହୋଇପାରେ ।
ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଘଣ୍ଟା ଘଣ୍ଟା ହେଡଫୋନ୍ ବ୍ୟବହାର କରନ୍ତି, ତେବେ ସାବଧାନ ରୁହନ୍ତୁ । କାରଣ ଏହାର ବ୍ୟବହାର କେବଳ ଆପଣଙ୍କ କାନ ଉପରେ ଖରାପ ପ୍ରଭାବ ପକାଇବ ନାହିଁ, ବରଂ ଶରୀରକୁ ମଧ୍ୟ ଗୁରୁତର କ୍ଷତି ପହଞ୍ଚାଇବ ।