ଅଧ୍ୟୟନରୁ ଜଣାପଡିଛି ଯେ, ଇଥାନୋଲ ଅଣୁ ଗୁଡିକର ସ୍ଵାଦ ପାଣିର ତାପମାତ୍ରାନୁସାରେ ବଦଳିଥାଏ । ଅଧ୍ୟୟନ କରୁଥିବା ଲେଖକ ପ୍ରଫେସର ଲି ସିୟୋନ୍ କହିଛନ୍ତି, ଥଣ୍ଡା ବିଅରକୁ ଅଧିକ ପସନ୍ଦ କରାଯାଏ । କମ ତାପମାତ୍ରା ବା ଥଣ୍ଡା ଥିବା ବିୟରର ସ୍ଵାଦ ପାନୀୟକାରୀଙ୍କୁ ବେଶ୍ ଭଲ ଲାଗିଥାଏ । ବିଅରରେ ଥିବା ପାଣି ଓ ଇଥାନଲ ଅଣୁ ଗୁଡିକ ବିଭିନ୍ନ ତାପମାତ୍ରା ଭିନ୍ନ ସ୍ଵାଦ ଦେଇଥାଏ । ଇଥାନଲ ଅଣୁ ଗୁଡିକ ବିଭିନ୍ନ ପାନୀୟରେ ତାପମାତ୍ରାନୁସାରେ, ଅଲଗା ଅଲଗା ସ୍ଵାଦ ଦେଇଥାଏ । ଯେତେବେଳେ ବିଅର ପରି କମ୍-ଆଲକୋହଲ୍ ପାନୀୟଗୁଡିକ ନିମ୍ନ ତାପମାତ୍ରାରେ ରଖାଯାଏ, ଇଥାନଲ୍ ଅଣୁଗୁଡ଼ିକ ଏକ ପିରାମିଡର ଆକାର ଧାରଣ କରନ୍ତି ।
ଅଧିକ ପଢନ୍ତୁ ଜୀବନଶୈଳୀ ଖବର
ଅନ୍ୟ ପଟେ, ଯଦି ଉଚ୍ଚ ମଦ୍ୟପାନକାରୀ ପାନୀୟର ତାପମାତ୍ରା ସାମାନ୍ୟ ଅଧିକ ଥାଏ, ତେବେ ସେଥିରେ ଥିବା ଇଥାନଲ ଅଣୁଗୁଡ଼ିକ ଶୃଙ୍ଖଳା ପରି ଆକୃତିଧାରଣ କରିଥାଏ । ଯେତେବେଳେ ତାପମାତ୍ରା ହ୍ରାସ ହୁଏ, ଇଥାନଲ୍ ଅଣୁଗୁଡ଼ିକ ଏକତ୍ର ହୋଇଯାଆନ୍ତି, ଯାହା ଥଣ୍ଡା ବିଅରର ସ୍ଵାଦକୁ ଭଲ କରିଥାଏ ।
ଜଳବାୟୁ ପରିବର୍ତ୍ତନ ବିଅର ଉପରେ ବିଶେଷ ପ୍ରଭାବ ପକାଇଥାଏ :
ଅନୁସନ୍ଧାନରୁ ଜଣାପଡିଛି ଜଳବାୟୁ ପରିବର୍ତ୍ତନ ବିଅର ଉପରେ ବିଶେଷ ପ୍ରଭାବ ପକାଇଥାଏ । ପୃଥିବୀର ତାପମାତ୍ରା ଏବଂ ଅନ୍ୟାନ୍ୟ କାରଣଗୁଡିକ ବିଅର ତିଆରିରେ ବ୍ୟବହୃତ ହପ୍ ଫୁଲର ସଂଖ୍ୟା ଏବଂ ଗୁଣରେ ହ୍ରାସ ଘଟାଇପାରେ, ଯେଉଁ କାରଣରୁ ବିଅରର ସ୍ଵାଦ ବଦଳିଯାଇଥାଏ ।