ଏଥର ମଧ୍ୟ କିଛି ସେମିତି ହୋଇଛି। ମିଳିତ ଜାତିସଂଘରେ ଭାରତର କଡ଼ା କେଇପଦ କଥା ଶୁଣିଛି ସାରା ବିଶ୍ବ। ଭାରତରେ ଗଣତନ୍ତ୍ର ଓ ଗଣମାଧ୍ୟମର ସ୍ବାଧୀନତା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର କିଛି ଏମିତି ଢଙ୍ଗରେ ଦେଇଛନ୍ତି ଭାରତର ରାଷ୍ଟ୍ରଦୂତ ରୁଚିରା କମ୍ବୋଜ। ‘ଗଣତନ୍ତ୍ର କ୍ଷେତ୍ରରେ କ’ଣ କରାଯାଏ ତାହା ଆମକୁ କହିବା ଅନାବଶ୍ୟକ।’
ଭାରତ ହେଉଛି ବିଶ୍ବର ସର୍ବପୁରାତନ ସଭ୍ୟତା। ୨୫୦୦ ବର୍ଷ ତଳୁ ଭାରତରେ ଗଣତନ୍ତ୍ରର ଆରମ୍ଭ ହୋଇଥିଲା। ଆମେ ସବୁବେଳେ ଗଣତନ୍ତ୍ରବାଦୀ। ସାମ୍ପ୍ରତିକ ସମୟରେ ବି ଆମର ଆଇନ, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟ ନିଜ କ୍ଷେତ୍ରରେ ଅକ୍ଷୁଣ୍ଣ ଅଛନ୍ତି। ଆମ ଦେଶରେ ସାମାଜିକ ଗଣମାଧ୍ୟମ ବି ଅତ୍ୟନ୍ତ ସକ୍ରିୟ। ଖାସ ସେଥିପାଇଁ ତ, ଭାରତ ବିଶ୍ବରେ ବୃହତ୍ତମ ଗଣତନ୍ତ୍ର।
ଏଣୁ ଗଣତନ୍ତ୍ର ଉପରେ କ’ଣ କରାଯିବା କଥା ଭାରତକୁ କହିବା ଅନାବଶ୍ୟକ ବୋଲି ବୋଲି କମ୍ବୋଜ କହିଛନ୍ତି। ଡିସେମ୍ବର ମାସ ପାଇଁ ‘ଜାତିସଂଘ ସୁରକ୍ଷା ପରିଷଦ୍’ର ଅଧ୍ୟକ୍ଷତା ଗ୍ରହଣ କରିଥିବା ଭାରତର ରାଷ୍ଟ୍ରଦୂତ ରୁଚିରା ଗୁରୁବାର ଦେଇଥିବା ଏହି ବକ୍ତବ୍ୟ ଚର୍ଚ୍ଚାରେ।